ବୋଲେରୋ ଧକ୍କାରେ କଲେଜ ଛାତ୍ର ଗୁୁରତର, କ୍ଷତିପୂରଣ ଦାବିରା NH ଅବରୋଧ।


କାମାକ୍ଷାନଗର,୧୮/୧୧– ବୋଲେରାେ ଧକ୍କାରେ ମଠକରଗୋଳା କଲେଜ ଛାତ୍ର ଆହତ।ଗୁରୁତର ଅବସ୍ଥାରେ ପ୍ରଥମେ ମଠକରଗୋଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଛାତ୍ର ହେଲେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ସୁମନ୍ତ ନାୟକ। କ୍ଲାସ ସାରି ଘରକୁ ଯିବା ପାଇିଁ ମଠକରଗୋଳା ଛକରେ ବସକୁ ଅପେକ୍ଷା କରିଥିବା ବେଳେ ବୋଲେରୋ ଧକ୍କା ଦେଇଥିଲା।ତାଙ୍କ ମୁଣ୍ଡ ଓ ଗୋଡରେ ଗଭିର ଆଘାତ ଲାଗିଥିବା ଜଣାପଡିଛି।ଧକ୍କାଦେବା ପରେ ବୋଲେରୋଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛ।କ୍ଷତିପୂରଣ ଓ ଗାଡିର ଡ୍ରାଇଭରକୁ ଗିରଫ ଦାବିରେ କଲେଜ ଛାତ୍ରଛାତ୍ରିଙ୍କ ତରଫରୁ NH ୫୩ ଅବରୋଧ କରାଯାଇଥିଲା। ଯାହା ଫଳରେ କାମାକ୍ଷାନଗରରୁ ଭୂବନ,ଯାଜପୂର ଯାତାୟତ ଠପ ହୋଇଯଊଇଥିଲା। ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଛାତ୍ରଛାତ୍ରିଙ୍କୁ ବୁଝାସୁଝା କରିଥିଲେ। ଧକ୍କା ଦେଇ ଫେରାର ହୋଇଥିବା ବୋଲେରୋ ଗଡିକୁ ଅଟକ ରଖାାଇଛି। ଏବଂ ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ରେଡକ୍ରସରୁ ସହାୟତା ମିଳିବାର ପ୍ରତିଶୃତି ପରେ ପ୍ରାୟ ୧ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ଯାତାୟତ ସ୍ବଭାବିକ ହୋଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *