ନିଯୁକ୍ତି ପରାମର୍ଶ ମେଳା
କାମାକ୍ଷାନଗର,୧୮.୧୧.୨୦୨୧- ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କାମାକ୍ଷାନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ.ବି.ଡି.ଓ ଝରଣା ସାମଲ ଯୋଗଦେଇଥିବା ବେଳେ,ସନ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ,ଜିଲ୍ଲା ନିୟୋଜନ ଅଧିକାରୀ ଆଶିଶ କୁମାର ବସନ୍ତିଆ ଯୋଗଦେଇଥିଲେ।ଏଥିରେ ମୋଟ ୧୧ଟି କମ୍ପାନିର ପ୍ରତିନିଧି ମାନେ ଯୋଗଦେଇଥିଲେ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।

