ବିଦ୍ୟୁତ ଆଲୁଅ ରୁ ବଞ୍ଚିତ ବାଢାଯୋଡି ଅଞ୍ଚଳ ବାସୀ
ବିଦ୍ୟୁତ ଆଲୁଅ ରୁ ବଞ୍ଚିତ ବାଢାଯୋଡି ଅଞ୍ଚଳ ବାସୀ, ଅନ୍ଧକାରରେ ରହୁଛନ୍ତି ଅନେକ ଗାଁ
ଫୁଲବାଣୀ ୩୦/୪/ ୨୦୨୫ ଫିରିଙ୍ଗିଆ ସ୍ବାଧୀନତା ବହୁତ ବର୍ଷ ବିତିଯାଇଥିଲେ ସୁଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକା ର ଜନସାଧାରଣ । ବିଦ୍ୟୁତ ଆଲୁଅ ଦେଖିବା ଏକ ଅଞ୍ଚଳ ବାସୀ ଙ୍କ ପାଇଁଁ ସପ୍ନ । ଡିବିରି ଆଲୁଅ ରେ ବିତୁଛି ଦିନ ଗୋଟିଏ ଦିନ ନୁହେଁ ମାସ ମାସ ବର୍ଷ ବର୍ଷ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ମାଳ ମାଳ ଯୋଜନା ପ୍ରସ୍ତୁତ କରି ଅଞ୍ଚଳ ବିକାଶ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଅଞ୍ଚଳ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ସତ କିନ୍ତୁ ଆଜିବି ବିଦ୍ୟୁତ ଆଲୁଅ ରୁ ବଞ୍ଚିତ ।
ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଅନ୍ତର୍ଗତ ବାଢାଯୋଡି ରେ ୨୦ ଉର୍ଦ୍ଧ ଘର ରହିଥିବା ବେଳେ ମାଦାପାଙ୍ଗା ୭ ରୁ ଉର୍ଦ୍ଧ ପରିବାର ଆଜି ପର୍ଯ୍ୟନ୍ତ ଅଞ୍ଚଳ ବାସୀ ବିଦ୍ୟୁତ ଆଲୁଅ ରୁ ବଞ୍ଚିତ ରହି ଆସୁଥିବା ବେଳେ ବାରମ୍ବାର ବିଦ୍ୟୁତ ଆଲୁଅ ସଂଯୋଗ ପାଇଁ ଦାବି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏହି ଭଳି ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ର ନିରିହ ଜନସାଧାରଣ ବିଦ୍ୟୁତ ସଂଯୋଗ ହୋଇ ନଥିବା ଯୋଗୁ ଅନ୍ଧକାର ରାତିରେ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ କେଣ୍ଡେଲ କିମ୍ବା ଡିବିରି ଆଲୁଅ ହିଁ ସାହା ଭରଷା । ଅନ୍ୟ ପଟେ ଏହି ଭଳି ଭୂଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଗାଁ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଜଙ୍ଗଲ ଘେରା ଗାଁ କୁଜିକେତା ସାହି ଏଠି ୪ ପରିବାର ରହି ଆସୁଛନ୍ତି ହାରାହାରି ଜନସଂଖ୍ୟା ୨୫ ରୁ ଉର୍ଦ୍ଧ ପରିବାର ପାଇଁ ଭରଷା ଡିବିରି ଆଲୁଅ ହିଁ ଏକମାତ୍ର ଭରଷା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପାଇ ପାରିବେ ବିଦ୍ୟୁତ ଆଲୁଅ,ଶୁଣି ପାରିବେ ପ୍ରଶାସନ ତାହା ଦେଖିବାକୁ ବାକି ରହିଛି । ଏଠାକାର ଛୋଟ ଛୋଟ କୋମଳ ଶିଶୁ ମାନଙ୍କ ପାଇଁ ପାଠ ପଢିବା କଷ୍ଟ କର ଥିବା ବେଳେ ରାତ୍ରି ସନ୍ଧ୍ୟା ସମୟରେ ଘର ବାହାର କୁ ଆସିବା ପାଇଁ ଏଠାକାର ଲୋକ ଭୟରେ ଯିବନ ଜାପାନ ନିର୍ଭର କରନ୍ତି । ଏଠାକାର ଜନସାଧାରଣ ବାରମ୍ବାର ବିଦ୍ୟୁତ ଆଲୁଅ ପାଇଁ ଦାବିପତ୍ର ଦେଇଛନ୍ତି ସତ କିନ୍ତୁ ଫଳ ହିଁ ନାହିଁ । ଯୋଜନା ମାଳ ମାଳ କାହା ପାଇଁ ନିରିହ ଜନସାଧାରଣ ଙ୍କ ପାଇଁ । ଆଜିର ଦିନରେ ଗାଁ ଗାଁ ରେ ଘରେ ଘରେ ବିଦ୍ୟୁତ ଆଲୁଅ ରହିଛି ।କିନ୍ତୁ ଭୂଙ୍ଗିଯୋଡି ଠାରୁ ୧୦ କିଲୋମିଟର ଦୂର ରେ ଅବସ୍ଥିତ ଏହି ଜଙ୍ଗଲ ଭରା ପାହାଡ଼ ବଣ ପାହାଡ ଘେରା ଦୁର୍ଗମ ପାହାଡିଆ ଛୋଟ ଗାଁ ଟିଏ ଅତି ସୁନ୍ଦର ଘେରା ରେ ଏହି ଗାଁ ଟି ରହିଛି କିନ୍ତୁ ସ୍ବପ୍ନ ବାକି ରହିଛି ବିଦ୍ୟୁତ ଆଲୁଅ ଅପେକ୍ଷା ରେ ଚାହିଁ ବସିଛନ୍ତି ଅଞ୍ଚଳ ର ନିରିହ ଗରିବ ପରିବା ର ତେଣୁ ଏଠିକାର ଅଞ୍ଚଳ ବାସୀ। ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ସରକାର ଙ୍କୁ ନିବେଦନ ସହ ଅନୁରୋଧ କରିଛନ୍ତି ପଞ୍ଚାୟତ ବାସୀ । କିନ୍ତୁ ଅଞ୍ଚଳ ସମସ୍ୟା ପାଇଁ ବାଢାଯୋଡି ଗାଁ ର ଜନସାଧାରଣ ବାରମ୍ବାର ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଅଧିକାରୀ ଙ୍କୁ ଦାବି କରିଥିଲେ ମଧ୍ୟ କୈାଣସି କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଞ୍ଚଳ ନିରିହ ଜନସାଧାରଣ ଅଭିଯୋଗ କରିଛନ୍ତି । କେତେ ବର୍ଷ ପରେ ବାଢାଯୋଡି, ମାଦାପାଙ୍ଗା,କୁଜିକେତା ବାସୀ ବିଦ୍ୟୁତ ଆଲୁଅ ପାଇ ପାରିବେ ତାହା ଦେଖିବାକୁ ବାକି ରହିଛି । ତେଣୁ ପ୍ରଶାସନ ଅପହଞ୍ଚ ଇଲାକା ରେ ରହି ଆସୁଥିବା ଅଞ୍ଚଳ ବାସୀ ଙ୍କ ପାଇଁ ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ବାଡା ଯୋଡ଼ି ଗ୍ରାମ ବାସୀ ଦାବୀ କରିଛନ୍ତି।ଆଜିବି ମୌଳିକ ସୁବିଧା ରୁ ବଞ୍ଚିତ । ବାଡା ଯୋଡି ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ । ପାହାଡ଼ିଆ ମାଟି ରାସ୍ତାରେ ଗ୍ରାମବାସୀ ପ୍ରତିଦିନ ଯାତାୟାତ କରୁଛନ୍ତି । ଚାଲି ଚାଲି ଯିବା ମଧ୍ଯ କଷ୍ଟସାଧ୍ୟ । କାହାର ଦେହ ଅସୁସ୍ଥ କିମ୍ବା
ଗର୍ଭବତୀଙ୍କୁ ପ୍ରସବ ପାଇଁ ମେଡିକାଲ ଯିବାକୁ ହେଲେ ଖଟିଆରେ ବୋହିବାକୁ ପଡ଼ୁଛି । ତେଣୁ ଖାଲଖମା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ବର୍ଷ ବର୍ଷ ଧରି ଖାଲଖମା ରାସ୍ତା ଦେଇ ଭତ୍ତା ଠାରୁରାସନ୍ ସାମଗ୍ରୀ ଆଣିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଏ ପଟେ ନେଟୱର୍କ ସେବାରୁ ବଂଚିତ ଅଛନ୍ତି ପିଲାଙ୍କଠୁ ବିଷୟରେ କନିଷ୍ଠ ଯନ୍ତ୍ରୀ ଜୟଦେବ ସାହୁ ଙ୍କୁ ପଚାରିବାରୁ ମୋ ପାଖରେ ସଠିକ୍ ଖବର ନାହିଁ । ଉଚିତ୍ ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ଅନଲାଇନ୍ ପାଠ ପଢ଼ା ଠୁ ଆରମ୍ଭକରି ଜରୁରୀ ସେବା ମେଡ଼ିକାଲ୍ କିମ୍ବା ଜରୁରୀ ଫୋନ୍ କଲ କରି ପାରୁ ନାହାଁନ୍ତି ପାହାଡ଼ ମୁଣ୍ଡିଆ ଉପରକୁ ଯାଇକି ଯେକୌଣସି ଜରୁରୀ ବିଷୟ ରେ ଯୋଗାଯୋଗ କରୁଛନ୍ତି।
