ନିରବଛିନ୍ନ ରୋଗୀ ସେବା ପାଇଁ ଡାକ୍ତର ଙ୍କୁ ସାହାଯ୍ୟ କରନ୍ତୁ
ନିରବଛିନ୍ନ ରୋଗୀ ସେବା ପାଇଁ ଡାକ୍ତର ଙ୍କୁ ସାହାଯ୍ୟ କରନ୍ତୁ
ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ଼. ଦିଲ୍ଲୀପ ନାୟକଙ୍କୁ ବହୁ ସମୟରେ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟି କରଣ ରଖିଛନ୍ତି ଡ଼. ନାୟକ l ସେ କହିଛନ୍ତି ଯେ ଗତ ୨୮ ତାରିଖ ଦିନ ମୂର୍ମୁଷ ହୋଇ ଜଣେ ମହିଳା ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ l ଡ଼. ନାୟକ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜୈନିକ ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ମାତ୍ର ପରିବାର ଲୋକେ ଏହାକୁ ମାନିବାକୁ ଅରାଜି ଥିବା ବେଳେ ଡ଼ାକ୍ତର ବାଧ୍ୟ ହୋଇ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ଏହାକୁ ନେଇ ଜଣେ ଗଣ ମାଧ୍ୟମ ପ୍ରତିନିଧିଙ୍କ ସହ ଭୁଲ୍ ବୁଝାମଣା ହୋଇ ଏକ ଅପ ପ୍ରଚାର ଖବର ପ୍ରସାରଣ ହେଲା ଯେଉଁ ଖବର ପ୍ରସାରଣ ପାଇଁ ଡାକ୍ତର ଚାପଗ୍ରସ୍ତ ହୋଇ ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରୁ ନିଜକୁ ବଦଳି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ l ମାତ୍ର ବର୍ତ୍ତମାନ୍ ଏହା କୁ ଆପୋଷ ସମାଧାନ କରି ପୁନଃଶ୍ଚ ନିଯୁକ୍ତି ପାଇଁ ପ୍ରସ୍ତାବ ରଖିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାର ସ୍ଥାୟୀ ସମାଧାନ ରହୁ ବୋଲି ସାମ୍ୱାଦିକ ସମ୍ମିଳନୀରେ କହିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
