ଜିଲ୍ଲା ସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀପାଳିତ

ଜିଲ୍ଲା ସ୍ତରୀୟ କବି ଶ୍ରୀଜୟଦେବ ଜୟନ୍ତୀ
ପାଳିତ
ପୁରୀ ୨/୫ କବି ଶ୍ରୀଜୟଦେବ ଓ କବିଙ୍କ ରଚିତ ଗୀତ ଗୋବିନ୍ଦ ମହାପ୍ରଭୁଙ୍କ ଅତି ପ୍ରିୟ ଥିଲେ।ଶ୍ରୀମନ୍ଦିର ରେ ପ୍ରତ୍ୟହ୍ୟ ମହାପ୍ରଭୁ ନିଦ୍ରା ଯିବା ପୂର୍ବରୁ ଗୀତ ଗୋବିନ୍ଦ ଶୁଣିବା ପରମ୍ପରା ରହିଛି।ଯାହା କବି ଙ୍କୁ ଏକ ଶ୍ରେଷ୍ଠ ସମ୍ମାନ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ପୁରୀ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପ୍ରଶାସନ, ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆମ ଓଡିଶା ମାଟିର କବି ଜୟଦେବ ଚିର ଅମର ବୋଲି କହିବା ସହ କବି ଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡିଆ ଭାଷା ପ୍ରତିଷ୍ଠାନ ର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର କୈଳାସ ଚନ୍ଦ୍ର ଟୀକାୟତରାୟ, ଶ୍ରୀଜୟଦେବ ଫାଉଣ୍ଡେସନର ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ତ୍ରିପାଠୀ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶ୍ରୀଜୟଦେବ ଫାଉଣ୍ଡେସନ ପୁରୀ ଶାଖାର କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗ ଦେଇ କବି ଶ୍ରୀଜୟଦେବ ଙ୍କ ଜୀବନୀ,କାବ୍ୟିକ ପ୍ରତିଭା ଓ ମହାପ୍ରଭୁଙ୍କ ସହ ତାଙ୍କ ସମ୍ପର୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମସ୍ତଙ୍କୁ ସ୍ବାଗତ ସହ ସଭା ପରିଚାଳନା କରିଥିଲେ। ପରେ ସିଦ୍ଧ ମହାବୀର ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ଶେଷରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଖୋର୍ଦ୍ଧା ଅସରଳା ସଂକୀର୍ତ୍ତନ ମଣ୍ଡଳୀ ଓ ନୟାଗଡ଼ ର ଜୟଦେବ ନାମ ସଂକୀର୍ତ୍ତନ ମଣ୍ଡଳୀ ପବିତ୍ର ଅକ୍ଷୟ ତୃତୀୟା ଶ୍ରୀଜୟଦେବ ଙ୍କ ଜନ୍ମ ତିଥି ରୁ ଭୁବନେଶ୍ୱର ରୁ ଆରମ୍ଭ ହୋଇ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *