ମ୍ୟାଟ୍ରିକ ପରୀକ୍ଷା ରେ ସୋରଡା ବ୍ଲକ୍ ଟପର୍! ହେଲେ କ୍ରିଷ୍ଣା

ସୋରଡା,୪/୫/୨୯୨୫ ଚଳିତ ଶିକ୍ଷାବର୍ଷ ଅନୁଷ୍ଠିତ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ ସୋରଡା ଶଶି ଭୂଷଣ ଉଚ୍ଚ ବିଦ୍ୟାଳୟର ଛାତ୍ର କ୍ରୀଷ୍ଣା ଗନ୍ତାୟତ ମୋଟ ୬୦୦ ରୁ ୫୩୯ ନମ୍ବର ରଖି ସୋରଡା ବ୍ଲକ୍ ଟପର୍ ହୋଇଛନ୍ତି । ସେ ସୋରଡା ଏନ୍ଏସି ନିଗମାନନ୍ଦ ରୋଡ ଅଞ୍ଚଳ ବାସିନ୍ଦା ଜୟରାମ ଗନ୍ତାୟତ ଓ ମିକିରାଣୀ ଗନ୍ତାୟତଙ୍କ ପୁଅ ଅଟନ୍ତି। ଖବର ପ୍ରକାଶ ପାଇଲା ପରେ ସଂପୃକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ସମେତ ବୀଣାପାଣି କୋଚିଂ ସେଣ୍ଟର୍ ର ଶିକ୍ଷକ ବୃନ୍ଦ ଏଵଂ ବୁଦ୍ଧିଜୀବୀ ମହଲରେ ଖୁସି ପ୍ରକାଶ ସହ କ୍ରୀଷ୍ଣାଙ୍କୁ ଶୁଭେଛା ଦିଆଯାଇଛି। ସୋରଡା ବିଧାୟକ ନୀଳମଣି ବିଷୋୟୀ କୃତିତ୍ବ ହାସଲ କରି ବ୍ଲକ୍ ପାଇଁ ଗୌରବ ଆଣିଥିବା ଛାତ୍ର କ୍ରୀଷ୍ଣାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ଏଵଂ ତାଙ୍କୁ ଆଗାମୀ ଦିନରେ ଆୟୋଜିତ କାର୍ଯକ୍ରମରେ ସମ୍ୱର୍ଦ୍ଧନା ଦିଆଯିବ ବୋଲି କହିଛନ୍ତି। ଭବିଷ୍ୟତରେ କୃତିତ୍ବ ର ସହ ଉଚ୍ଚଶିକ୍ଷା ହାସଲ କରିବେ ବୋଲି କ୍ରୀଷ୍ଣା ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ପଛରେ ବାପା ମା ଓ ଗୁରୁଜନଙ୍କ ଆଶୀର୍ବାଦ ରହିଥବା କହିଛନ୍ତି। ପ୍ରକାଶ ଥାଉକି ଚଳିତ ଶିକ୍ଷାବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ସୋରଡା ବ୍ଲକ୍ ର ମୋଟ ୧୮୬୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮୨୭ ଜଣ ପାସ୍ କରିଛନ୍ତି। ସଫଳତା ହାର ୯୮.୮୨ ରହିଛି।

Leave a Reply

Your email address will not be published. Required fields are marked *