ପଙ୍କପାଳ ହାଇସ୍କୁଲରେ ୧୯୯୬ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

କୁଜଙ୍ଗ-୪/୫-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପଙ୍କପାଳ ହାଇସ୍କୁଲରେ ୧୯୯୬ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ଶିକ୍ଷକ ବାନାମ୍ବର ଶତପଥୀ, ପଦ୍ମନାଭ ମିଶ୍ର, ପ୍ରଦୀପ କୁମାର ବର୍ଦ୍ଧନ, କୁଳମଣି ସାହୁ, ରାମଚନ୍ଦ୍ର ମୁର୍ମୁଙ୍କୁ ସ୍ବତନ୍ତ୍ର ଭାବେ ଆମନ୍ତ୍ରିତ କରାଯାଇ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଆଶୀର୍ବାଦ କରିଥିଲେ। ବିଗତ ଦିନର ଶିକ୍ଷାଦାନ ଏବଂ ଗୁରୁ ଶିଷ୍ୟଙ୍କ ସମ୍ପର୍କ କିପରି ଥିଲା, ସେସମ୍ପର୍କରେ ମଞ୍ଚାସୀନ ବରେଣ୍ୟ ଶିକ୍ଷକମାନେ ନିଜର ଅଭିଭାଷଣ ରଖିଥିଲେ। ପୁରାତନ ଛାତ୍ର ତଥା ପଙ୍କପାଳ ପଞ୍ଚାୟତର ସରପଞ୍ଚ ସରୋଜ ସେଠୀ, ଛାତ୍ର ସଞ୍ଜୟ ସାହାଣୀ, ପ୍ରମୋଦ ରାଉତ, କୃତିବାସ ସାହୁ,ଶିବ ପ୍ରସନ୍ନ ଦାସ,ଅମର ବିକ୍ରମ ମହାଳି,ଛାତ୍ରୀ ରଞ୍ଜିତା ବେହେରା, ପ୍ରିୟତମା ପ୍ରଧାନ ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିଥିଲେ। ଯିଏ ଯେଉଁଠି ଥାଉନା କାହିଁକି ପରସ୍ପର ମଧ୍ୟରେ ବନ୍ଧୁତ୍ୱ ଭାବକୁ ଅତୁଟ ରଖିବା ପାଇଁ ସମସ୍ତେ ଅଙ୍ଗୀକାର ବଦ୍ଧ ହୋଇଥିଲେ। ଶେଷରେ ଶିକ୍ଷାଦାନ କରିଥିବା ଗୁରୁଜୀମାନଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିବା ସହ ସେମାନଙ୍କୁ ପ୍ରଣିପାତ ହୋଇ ଆଶୀର୍ବାଦ ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *