ଭଞ୍ଜନଗରେ ପୁଣି ଚାଲିଲା ଓ୍ବାଟର ପାର୍କ
ଭଞ୍ଜନଗରତାରିଖ- ୪/୪/୨୫ଆଙ୍କର- ସମ୍ପ୍ରସାରିତ ପରେ ରବିବାର ଭଞ୍ଜନଗର ବିଜୁ ପଟ୍ଟନାୟକ ୱାଟର ପାର୍କ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଏଥିସହ ପାର୍କ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ଫୁଡ୍ କୋର୍ଟ ମଧ୍ୟ ଉଦଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିଛନ୍ତି। ଏହି ଅବସରରେ ଭଞ୍ଜନଗର ଏନ୍ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

୨୦୨୪ ଜାନୁୟାରୀ ୨୬ରେ ରାଜ୍ୟର ପ୍ରଥମ ସରକାରୀ ୱାଟର ପାର୍କ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ଉଦ୍ଘାଟିତ ହୋଇଥିଲା। ପରିଚାଳନା ତ୍ରୁଟି ଯୋଗୁ ଏହା କିଛି ମାସ ଚାଲିବା ପରେ ଗତ ଜୁନ ରେ ପାର୍କ ବନ୍ଦ ହୋଇଯାଇଥିଲା। ଭଞ୍ଜନଗର ବିଧାୟକ ନାୟକ ଏହା ଜାଣିବା ପରେ ୱାଟର ପାର୍କ ପୁଣି କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେଇଥିଲେ। ଯାହା ଫଳରେ ରବିବାର ଉକ୍ତ ୱାଟର ପାର୍କ ପର୍ଯଟକ ଙ୍କ ପାଇଁ ଖୋଲିଛି। ଉକ୍ତ କାର୍ଯ୍ୟକ୍ରମ ରେ ଭଞ୍ଜନଗର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ ଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ଦଳୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
