ବିଶ୍ୱାସ
ବିଶ୍ୱାସ
ଗୋଲୋକବିହାରୀ ବେହେରା
ଅରଜନ ପାଇଁ ବର୍ଷ ବର୍ଷ ଲାଗେ
ହରାଇବାକୁ ନିମିଷ,
ଦୁନିଆ ଭିତରେ ସବୁଠାରୁ ବଡ଼
ଜିନିଷ ଅଟେ ବିଶ୍ୱାସ।
ସନ୍ଦେହର ବିଷ ଅବିଶ୍ବାସ ଫଳ
ସମ୍ପର୍କ ଦୂରେଇ ଦିଏ,
ସତ୍ୟତା ନ ଜାଣି ସନ୍ଦେହ କରିବା
କଦାପି ଉଚିତ ନୁହେଁ।
ଖୁସିରେ ରହିବା ପାଇଁ ଇଚ୍ଛା କଲେ
ଅନ୍ୟେ ନିର୍ଭର ନ କର,
ଅନ୍ୟ ପରେ ଆଶା ଭରସା ରଖିଲେ
ହେବ ନିଶ୍ଚେ ହରବର।
ଆଶା ଦେଇ କା’ରେ ନିରାଶ କରନି
କଷ୍ଟ ଦିଅ ନାହିଁ ମନେ,
ନ ପାଇବା ଠାରୁ ପାଇ ହରାଇବା
ଭୁଲି ହୁଏନି ଜୀବନେ।
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ଷଡ଼ଙ୍ଗୀ, ଢେଙ୍କାନାଳ
ମୋ: ୯୯୩୮୩୦୩୦୪୬
