ତୀର୍ଥକ୍ଷେତ୍ର
ତୀର୍ଥକ୍ଷେତ୍ର
ସାଢେ଼ ଚାରି କୋଟି ଓଡ଼ିଆମାନଙ୍କ ହୃଦୟ ଦେବତା ତୁହି
ତୀର୍ଥକ୍ଷେତ୍ର ରହି ପୂଜା ପାଉଅଛୁ ଜଗନ୍ନାଥ ନାମ ବହି।
ପୁରୀ ସହରର ଶୋଭା ବର୍ଦ୍ଧନ ରେ ପୁରୀର ଶ୍ରୀ ମନ୍ଦିର
ଚାରିଧାମ ମଧ୍ୟେ ଅନନ୍ୟ ଅଟଇ
ଶ୍ରୀକ୍ଷେତ୍ର ନାମ ତୋହର।
ଶ୍ରୀକ୍ଷେତ୍ର ଅଟଇ ବଡ ତୀର୍ଥକ୍ଷେତ୍ର ଭକ୍ତମାନଙ୍କ ପାଇଁ
ରଥଯାତରା ରେ ବଡ ଭିଡ଼ ହୁଏ
ଶ୍ରଦ୍ଧାଳୁ ଆସନ୍ତି ଧାଇଁ।
ପ୍ରଭୁ ଙ୍କ କରୁଣା ପାଇବା ପାଇଁ ଯେ ଭକତ ମଧ୍ୟରେ ଭିଡ
ଦରଶନ ବେଳେ ବିଭୁ କୃପା ପାଇଁ ଛାଡ଼ି ଯାଉଅଛି ଜାଡ।
ଆମ ତୀର୍ଥକ୍ଷେତ୍ର ଅଟଇ ଶ୍ରୀକ୍ଷେତ୍ର
ଶୋଭା ତାର ଅପରୂପ
କଳନା ସହଜେ କରିହେବ ନାହିଁ
ଭକତ ଭାବ ସ୍ବରୂପ।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
