କ୍ଲାସିକ କ୍ରିକେଟ ଲିଗ୍ ୨୦୨୫

କ୍ଲାସିକ କ୍ରିକେଟ ଲିଗ୍ ୨୦୨୫
ସାଇ ୧୧ ଚମ୍ପିୟାନ
ଖୋର୍ଦ୍ଧା:୦୫/୦୫/୨୫: ସ୍ଥାନୀୟ ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିୟମରେ ଆୟୋଜିତ କ୍ଲାସିକ୍ କ୍ରିକେଟ ଲିଗ୍ ର ଫାଇନାଲ ଖେଳରେ ବର୍ମନ୍ ଏମ୍ପୁରଂସ୍ କୁ ହରାଇ ସାଇ ଇଲେଭେନ୍ ଚମ୍ପିୟାନ ହୋଇଛି।ପ୍ରଥମେ ଟସ୍ ରେ ବିଜୟ ହୋଇ ସାଇ ୧୧ ଦଳ ୭ ୱିକେଟ ବିନିମୟରେ ୨୩୩ ରନ କରିଥିଲେ।ଦଳ ତରଫରୁ ଜିତେନ୍ ଜେନା ୨୫ ବଲ୍ ରୁ ୮୦ ରନ କରିଥିଲେ।ବଦଳରେ ବର୍ମନ ଦଳ ୬ ୱିକେଟ ହରାଇ ୧୯୯ ରନ ରେ ସୀମିତ ରହିଥିଲା।ଦଳ ତରଫରୁ ସରୋଜ ପଟ୍ଟନାୟକ ୨୮ ବଳରୁ ୫୧ ରନ କରିଥିଲେ।ଏହି ମ୍ୟାଚ୍ କୁ ସାଇ ଦଳ ୩୪ ରନରେ ବିଜୟୀ ହୋଇଛି।ରାତ୍ରି କାଳୀନ ଏହି ଲିଗ୍ କୁ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ମନ୍ମଥ ରାଉତରାୟ,ସମ୍ମାନିତ ଅତିଥି ଭାବେ ସୌମେନ୍ଦ୍ର ସାମନ୍ତରାୟ, ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ,ଶୁଭ୍ରାଂଶୁ ସାମନ୍ତରାୟ ,ବିରଞ୍ଚି ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ବହୁ କ୍ରୀଡା ପ୍ରେମୀ ଉପସ୍ଥିତ ଥିଲେ।ଏହି ଲିଗ୍ ରେ ୬ ଟି ଦଳ ଭାଗ ନେଇଥିବାବେଳେ ୧୦୦ ରୁ ଅଧିକ ଖେଳାଳି ଙ୍କୁ ସୁଯୋଗ ଦିଆଯାଇଥିଲା।ଜିତେନ୍ ଜେନା ଲିଗ୍ ର ସର୍ବଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲେ,ଶ୍ରେଷ୍ଠ ବୋଲର ଭାବେ ଶୁଭମ୍ ନାୟକ,ସର୍ବାଧିକ ଚଉକା ଅସଲମ୍ ଖାଁ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜୟୀ ସାଇ ୧୧ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ଓ ରନର୍ସ ଅପ ଦଳ ଭାବେ ବର୍ମନ୍ ଏମ୍ପରଂସ୍ ଦଳକୁ ଟ୍ରଫି ସହ ଆର୍ଥିକ ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ଜିତୁ ପାତ୍ର ଏବଂ ଆୟୁଷ୍ମାନ ସିଂ ଓ ବିଶ୍ୱାସ ସାହୁ ଖେଳକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *