ଏଟିଏମ କାର୍ଡ ଚୋରି କରି ଲୁଟ କରୁଥିବା ୩ ଲୁଟେରା ଗିରଫ

ଖୋର୍ଦ୍ଧା, ୦୭.୦୫.୨୪.Anchor: ବିଭିନ୍ନ ସମୟରେ ଅଶିକ୍ଷିତ କିମ୍ବା ବୃଦ୍ଧ ବୃଦ୍ଧା ଏଟିଏମ୍ କାଉଣ୍ଟର ରୁ ଟଙ୍କା ବାହାର କଲାବେଳେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ର ତିନି ସାଇବର ଲୁଟେରା ବିଭିନ୍ନ କାଉଣ୍ଟର ରେ ତୀକ୍ଷଣ ନଜର ରଖି ଏ ଟି ଏମ କାର୍ଡ ଚୋରି କରି ଆକାଉଣ୍ଟ ରୁ ଅର୍ଥ ଲୁଟ କରିବାରେ ସଫଳ ହୋଇଥିଲେ। ଗତ ତିନିମାସ ଧରି ଏହି ପ୍ରକାର ଅଭିଯୋଗ ଖୋର୍ଦ୍ଧା ଜିଲ୍ଲାର ଜଂକିଆ, ନାଚୁଣୀ, ଟାଙ୍ଗି, ବାଲୁଗାଁ ଥାନାରେ ଅଭିଯୋଗ ହୋଇ ଆସୁଥିଲା।

ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଏହି ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇ ତାଙ୍କ ଠାରୁ ୫୧ଟି ଏଟିଏମ୍ କାର୍ଡ ଜବତ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଛି। ଅନ୍ୟ ଏକ ଘଟଣାରେ ବାଲୁଗାଁ ରେ ଥିବା ଏକ ସ୍ଵର୍ଣ୍ଣ ଅଳଙ୍କାର ସୋ ରୁମ୍ ରୁ ଗତ ୨ତାରିଖ ରାତିରେ ଚୋରି ହୋଇଥିବା ୫କିଲୋ ରୂପା ସାମଗ୍ରୀ ୨୦୦ଗ୍ରାମ ସୁନା ଅଳଙ୍କାର ଙ୍କୁ ପୋଲିସ ଧରିବାରେ ସଫଳ ହେବା ସହ ଦୁଇଜଣ ଙ୍କୁ ଗିରଫ କରିଛି ବୋଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *