ଭୀମଭୋଇ
ସନ୍ଥକବି ଭୀମଭୋଇଙ୍କ ଜୟନ୍ତି ଉପଲକ୍ଷେ କବିତା
‘ଭୀମଭୋଇ’
ଧରମ ମାସର ପୂର୍ଣ୍ଣିମା ତିଥି ରେ
ଜନମିଥିଲ ହେ କବି
ସ୍ମୃତି ଚିନ୍ତାମଣି କାବ୍ୟର ମଧ୍ୟରେ ଦେଇଅଛ କେତେ ଛବି
ଜନମିଥିଲ ହେ କବି।।
ବୈଶାଖ ପୂର୍ଣ୍ଣିମା କେତେ ଯେ ପବିତ୍ର
କଳନା ନାହିଁ ତାହାର
ଆହେ ସନ୍ଥ କବି ଜନମି ଥିଲ ଯେ
ଲିଖନି ହୁଏ ତତ୍ପର
କଳନା ନାହିଁ ତାହାର।।
ମହିମା ଅଲେଖ ମହିମା ଜ୍ୟୋତି ଯେ
ମାନବ ସେବା ର ରୂପ
ସେ ସେବାରେ ତୁମେ ବ୍ରତୀ ହୋଇଥିଲ
ଘେନ ଗୁହାରି ଅନେକ
ମାନବ ସେବା ର ରୂପ।।
ତୁମ ବାଣୀ ଆଜି ସ୍ଥାନ ପାଇଅଛି
ମିଳିତ ଜାତିସଂଘରେ
ସେହି ବାଣୀ ଆଜି ବିଶ୍ବକୁ ଦେଖାଏ
ଉତ୍ସର୍ଗୀକୃତ ସେବାରେ
ମିଳିତ ଜାତିସଂଘରେ।।
କଉପୁନି ଧାରି ମହିମା ସମାଜ
ପାଳୁଛି ଜନମ ଦିନ
କବିର ଆସର ଜମିଥାଏ ଏଠି
ହୋଇ ଆନନ୍ଦିତ ମନ
ପାଳୁଛି ଜନମ ଦିନ।।
ତୁମ ପାଇଁ ଆଜି ଆମେ ହେଲୁ ଧନ୍ୟ
ସାହିତ୍ୟ କାବ୍ୟ କ୍ଷେତ୍ରରେ
ସ୍ମୃତି ଚିନ୍ତାମଣି କାବ୍ୟ ଯେ ତୁମର
ମନେପଡେ ସମୟରେ
ସାହିତ୍ୟ କାବ୍ୟ କ୍ଷେତ୍ରରେ।।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
