ଶ୍ରୀ ଶିବ ବିବାହ ଉତ୍ସବ (ଶୀତଳ ଷଷ୍ଠୀ) ପାଳନ ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସଦଭାବନା ସଭା ଗୃହ ରେ ଅନୁଷ୍ଠିତ
ଆଜି ଅପରାହ୍ନ 4.30 ଘଟିକା ସମୟ ରେ ଶ୍ରୀ ଆଖଣ୍ଡଳେଶ୍ୱର୍ ମହାଦେବ ବିଜେ ଆରଡ଼ି ଙ୍କ ର ଶ୍ରୀ ଶିବ ବିବାହ ଉତ୍ସବ (ଶୀତଳ ଷଷ୍ଠୀ) ପାଳନ ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ସଦଭାବନା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ଉପଜିଲ୍ଲାପାଳ ତଥା Managing Trustee ଉପସ୍ଥିତ ସମସ୍ତ ପଦାଧିକାରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଶିବ ବିବାହ ଉତ୍ସବ ର ତାତ୍ପର୍ଯ୍ୟ ତଥା ବିଭିନ୍ନ ପ୍ରସ୍ତୁତି ବିଷୟ ରେ ଅବଗତ କରାଇଥିଲେ।ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ କୁ ଦୃଷ୍ଟି ରେ ରଖି ଆସୁଥିବା ତୀର୍ଥ ଯାତ୍ରୀ ମାନଙ୍କୁ ସୁରକ୍ଷା ପ୍ରଦାନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା, ସ୍ବାସ୍ଥ୍ୟ ସେବା, ସ୍ୱେଚ୍ଛ। ସେବୀ ମାନଙ୍କର ସେବା କାର୍ଯ୍ୟ ଇତ୍ୟାଦି ବିଷୟ ଉପରେ ଗୁରୁତ୍ବ ଦେବା ସହ ବିଭାଗୀୟ ଅଧିକାରୀ ମାନଂକୁ ସହଯୋଗ କାମନା କରାଯାଇଥିଲା।12.05.25 ଚନ୍ଦନ ପୁର୍ଣିମା ଦିନ ଲଗ୍ନ ଧର। କାର୍ଯ୍ୟ ,30.05.25 ଦିନ ମଙ୍ଗଳ କୃତ୍ୟ ବିଧି ବିଧାନ ଓ 31.05.25 ଦିନ ଶ୍ରୀ ଶିବ ବିବାହ ଉତ୍ସବ ନିତିକ।ନ୍ତି ପାଳନ କରାଯିବ।ବରିଷ୍ଟ ମନ୍ଦିର ସେବାୟତ ବିଜୟ କୁମାର ଦାଶ ଶିବ ବିବାହ ଉତ୍ସବ ର ଶ୍ରୀଜୀଉ ଙ୍କ ର
ନିତିକ।ନ୍ତି, ବିଧି ବିଧାନ ଅନୁଯାୟୀ ଵିଵାହ କାର୍ଯ୍ୟ ନିର୍ଘଣ୍ଟ ଗୁଡ଼ିକ ସମ୍ପର୍କ ରେ ବିଶେଷ ସୁଚନା ପ୍ରଦାନ କରିଥିଲେ। ତା ପରେ ଉପସ୍ଥିତ ସେବାୟତ ମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ। ତାହାକୁ ତର୍ଜମା କରାଯାଇ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା।ଵିଵାହ ଉତ୍ସବ କୁ ସରସ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ,ବିଭିନ୍ନ ବିଷୟ ଯଥା ବରକର୍ଥା ଓ
କନ୍ୟାକର୍ଥା ଚୟନ,ସୃଙ୍କଳିତ ଦର୍ଶନ ପରିଚାଳନା, ଶାନ୍ତି ଶୃଙ୍ଖଳ। ରକ୍ଷା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ସ୍ୱାସ୍ଥ୍ୟ ସମ୍ପର୍କିତ, ରାସ୍ତା ଅବରୋଧ, କଣ୍ଟ୍ରୋଲ ରୁମ୍ ପରିଚାଳନା, ରାସ୍ତା ଘାଟ ମରାମତି, ଯାତ୍ରୀ ପରିବହନ,ସ୍ବେଚ୍ଛାସେବୀ ମାନଂକ ର ସହଯୋଗ,ଅଗ୍ନିଶମ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ପୃଙ୍ଖ।ନପୃଙ୍ଖ ଆଲୋଚନା କରାଯାଇଥିଲାଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକ।ରୀ ଡା. ସୁଧାଂଶୁ ବଳ, ମୁଖ୍ୟ ଉନ୍ନୟନ ଅଧିକାରୀ
ଶୁଭେନ୍ଦ୍ର ସାମଲ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମ୍ବିତ ମାଝୀ ଉପସ୍ଥିତ ଥିଲେ।
