ଆତତାୟୀ କୁ ଜବାବ ଦିଅ
ଆତତାୟୀ କୁ ଜବାବ ଦିଅ
ହେ ବୀର ସୈନିକ
ଜାତି ର ପ୍ରତିକ
ତୁରନ୍ତ ଜବାବ ଦିଅ
ବନ୍ଧୁକ ମୁନରେ ଗୁଳିକରି
ତୁମେ ସିନ୍ଦୁର ଛଡ଼ାଇ ନିଅ
ତୁରନ୍ତ ଜବାବ ଦିଅ।।
ଶାନ୍ତିର ବାର୍ତା ଉଲଂଘନ କରି
କାହିଁକି ଡୋନ ଛାଡ଼ିଲ
ଭାରତୀୟ ସେନା ଜବାବ ଦେବେ
ଏବେ ପ୍ରସ୍ତୁତ ରୁହ
ତୁରନ୍ତ ଜବାବ ଦିଅ।।
ଜାତିସଂଘ ର କଥା କୁ ତୁମେ
କାହିଁକି ମାନିଲ ନାହିଁ
ଭାରତୀୟ ସେନା ଜବାବ ଦେବେ
ବନ୍ଧୁକ ମୁନରେ ତହିଁ
କାହିଁକି ମାନିଲ ନାହିଁ।।
ଆମର ସେନା ଅତ୍ୟନ୍ତ ସାହସୀ
ଦେଖିବ ତୁରନ୍ତ ତୁମେ
ଉଡାଇ ଦେବେ ତୁମ ଆଡ୍ଡାସ୍ଥଳୀ ପରଖିବ ତୁମେ ଏବେ
ଦେଖିବ ତୁରନ୍ତ ତୁମେ।।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
