ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆନ୍ତର୍ଜାତୀୟ ଆଭାସୀ ଆଲୋଚନା ଚକ୍ର ।
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ “ଶ୍ରୀଜଗନ୍ନାଥ ମନ୍ଦିରରେ ଶକ୍ତି ଉପାସନା ” ଶୀର୍ଷକ ଆଲୋଚନା ଚକ୍ରରେ ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜ ପୌରହିତ୍ୟ କରିଥିଲେ। ଉପସଭାପତି ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ ପରିସର ପୁରୀର ସର୍ବଦର୍ଶନ ବିଭାଗାଧ୍ଯକ୍ଷା ପ୍ରୋଫେସର ଗୌରପ୍ରିୟା ଦାଶ ଯୋଗ ଦେଇ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶକ୍ତି ଉପାସନା ତଥା ଶାକ୍ତ ମାନଙ୍କ ପାଇଁ ଶ୍ରୀକ୍ଷେତ୍ର କିପରି ଶ୍ରେଷ୍ଠ କ୍ଷେତ୍ର ତଥା ଶାକ୍ତ ପରମ୍ପରାରେ ଶ୍ରୀକ୍ଷେତ୍ରର ଭୂମିକା ବିଷୟରେ ଆଲୋଚନା କରିଥିଲେ।ଆହୁରି ମଧ୍ୟ ମହାପ୍ରଭୁ ଯୁଗେ ଯୁଗେ ଶକ୍ତିଙ୍କ ସହ ନୀଳାଚଳରେ ଲୀଳା କରୁଅଛନ୍ତି ବୋଲି ମତବକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପୁରୋହିତ ପ୍ରଫେସର ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର, ବିଶିଷ୍ଟ ସମାଜସେବୀ ଡଃ ନାରାୟଣ ମହାପାତ୍ର, ପ୍ରଫେସର ସାବିତ୍ରୀ ଶତପଥୀ, ଡଃ ବଳରାମ ଦାଶ, ସଂପାଦକ ଡଃ ଶଶିକାନ୍ତ ରଥ,ଇଂ ବିଜୟ କୁମାର ପଣ୍ଡା, ଶ୍ରୀ ଅତୁଲ୍ ଶର୍ମା, ଶ୍ରୀଶମ୍ଭୁ ସିଂ, ଇଂ ସୁଭେନ୍ଦୁ ସାମଲ, ସୁଶ୍ରୀ ପୁଷ୍ପିତା ପଟ୍ଟନାୟକ,ତଃ ଅଜିୟାନନ୍ଦ ସାହୁ, କାର୍ତ୍ତିକ ସାହୁ, କୃଷ୍ଣ ପ୍ରିୟା ସାହୁ, ବୁଦ୍ଧଦେବ ଚକ୍ରବର୍ତ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଜଗନ୍ନାଥ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ପୁରୀରୁ ପଣ୍ଡିତ ସୌମ୍ୟ ପ୍ରିତମ ଦାଶ ବୈଦିକ ମଙ୍ଗଳାଚରଣ କରିଥିଲେ l ଶ୍ରୀ ବିଜୟ କୁମାର ସାହୁ ଜୟ ଧନୀ ଦେଇଥିଲେ । ମହାରାଷ୍ଟ୍ରରୁ ଇଂ ଗୋପନାଥ ମିଶ୍ର ସଭା ପରିଚାଳନା କରିଥିଲେ l ପୁରୀରୁ କଣ୍ଠଶିଳ୍ପୀ ସୁଶ୍ରୀ ପୂର୍ଣ୍ଣିମା ମାଳା ଭକ୍ତି ସଂଗୀତ ପରିବେଷଣ କରିଥିଲେ । ପଶ୍ଚିମ ବଙ୍ଗରୁ ଶ୍ରୀ ବୁଦ୍ଧଦେବ ଚାଟାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।
