ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ
ଦୁର୍ଘଟଣାରେ ଯୁବକଙ୍କ ଅକାଳ ବିୟୋଗ । ସ୍ତବ୍ଧ ପାଲଟିଯାଇଛି ପୁରା ପରିବାର ।
ଗଣିଆ – ଗଣିଆ ଥାନା ଅର୍ନ୍ତଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଉକ୍ତ ଗ୍ରାମର ଅଜିତ ମହାରଣା । ସେ ଭୂବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ଭୁବନେଶ୍ଵର ହଂସପାଳ ନିକଟରେ ତାଙ୍କୁ ପଛରୁ ଏକ ଗାଡି ଧକ୍କା ଦେଇଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁୁ ମୃତ ଘୋଷଣା କରିଥିଲେ । ତାଙ୍କ ମର ଶରୀର ପୂର୍ଣ୍ଣଚନ୍ଦ୍ରପୁର ଠାରେ ଆଜି ଅପରାହ୍ନରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ମଶାଣିରେ ଶବଦାହ କରାଯାଇଥିଲା । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ ଯୁବକ ଭାବେ ଜଣାଶୁଣା ଥିଲେ । ତାଙ୍କ ସହପାଠୀ ମାନେ ତାଙ୍କ ମରଶରୀର ପାଖରେ ପହଞ୍ଚି ଶେଷ ଦର୍ଶନ ଲାଭ କରିଥିଲେ । ଏଭଳି ଅକାଳ ମୃତ୍ୟୁରେ ସ୍ତବ୍ଧ ପାଲଟିଯାଇଛି ପୁରା ପରିବାର । ତେବେ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
