ସେବା ସଂସଦ ଆନୁକୂଲ୍ୟରେ ବିଶ୍ଵ ମାତୃ ଦିବସ ପାଳନ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ମଙ୍ଗଳା ଙ୍କ ପବିତ୍ର ପୀଠରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ଆନୁକୂଲ୍ୟରେ ବିଶ୍ଵ ମାତୃ ଦିବସ ପାଳନ ସହିତ ଏକ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଚାର୍ଯ୍ୟ ବିନୋଦ ବିହାରୀ ଦାଶ ବେଦପାଠ କରିଥିବା ବେଳେସଭାପତିତ୍ବ କରିଥିଲେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା । କାର୍ଯକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଏହି ଅବସରରେ ଭବାନୀ ପ୍ରଧାନ ଓ ବିଶ୍ଵରୂପା ପଣ୍ଡା ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ବିଶ୍ଵାଳ ସରପଞ୍ଚ ବାଘମାରୀ ଗ୍ରାମ ପଞ୍ଚାୟତ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ ବିନୋଦ ବିହାରୀ ଦାଶ,ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ନବନିତା ମହାନ୍ତି ସମିତିସଭ୍ୟା ବାଘମାରୀ ଗ୍ରାମ ପଞ୍ଚାୟତ, ପ୍ରତାପ କୁମାର ମହାନ୍ତି, କାଶୀନାଥ ପଟ୍ଟନାୟକ ଯୋଗଦାନ କରିଥିଲେ।ପ୍ରସନ୍ନ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ଜୀବନରେ ମାଆର ଋଣ କେହି ସୁଝି ପାରିବେନାହିଁ ଓ ମାଆର ବିକଳ୍ପ ମଧ୍ୟ ନାହିଁ, ଅତୁଳନୀୟ ମାଆର ତ୍ୟାଗ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶରେ ମା ‘ ମାନଙ୍କ ମମତା ଅତୁଳନୀୟ ଓ ଆମ ଝିଅ ପରି ବୋହୂ ମାନଙ୍କୁ ଦେଖିବା , ବୋହୂ ମାନେ ମଧ୍ୟ ସେବା କରନ୍ତୁ ବୋଲି ଅତିଥିମାନେ ମତ ଦେଇଥିଲେ।ଏହି ଅବସରରେ ବେଗୁନିଆ ବ୍ଲକର ବାଘମାରୀ ଗ୍ରାମର ସାରା ଓଡ଼ିଶାରେ ଗୋପୀ ଗପବାଲା ଭାବେ ପରିଚିତ ଓ ନୌ ସେନାରୁ ଅବସର ନେଇଥିବା ଜଣେ ସୁଦକ୍ଷ ବିନ୍ଧାଣୀ ଗୋପୀନାଥ ସେଠୀଙ୍କର ମାଆ ମହିୟସୀ ମହିଳା ବିଳାସିନୀ ସେଠୀଙ୍କୁ ଅନୁଷ୍ଠାନ ତରଫରୁ ଅତିଥିମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କବିତା ଆସରରେ କବି ଦିବ୍ୟ ଲୋଚନ ଭାରୀମଲ୍ଲ, ରଜନୀ ବଳିଆରସିଂହ,ନିରୁପମା ସେଠୀ, ସୁଷମା ସେଠୀ, ଅନୁପମା ସେଠୀ, ତିଳୋତ୍ତମା ସେଠୀ,କବିତା ରାଉତ, ଶ୍ରୀ କୁମାର ସାହୁ, ଲକ୍ଷ୍ମୀଧର ମହାରଣା, ରାମଚନ୍ଦ୍ର ସାହୁ,ସୋମନାଥ ସାହୁ,ଶୁଭମ ସାହୁ, ବିଶ୍ଵନାଥ ପଣ୍ଡା,ମଞ୍ଜୁ ଶ୍ରୀ ଚନ୍ଦନ, ସ୍ନେହଲତା ସୁନ୍ଦରାୟ,ଦାଶରଥି ସେଠୀ, ଯୋଗଦାନ କରିଥିଲେ। ଶେଷରେ ଗାୟକ ପ୍ରଦୀପ୍ତ କିଶୋର ତ୍ରୀପାଠୀ ଉଦଯାପନୀ ସଂଗୀତ ଗାନ କରିଥିଲା ବେଳେ କବି ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *