୬୩ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଆୟୋଜିତ
୬୩ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଆୟୋଜିତ
କୋଣାର୍କ- କୋଣାର୍କ ନିକଟସ୍ଥ କୁରୁମ ବୌଦ୍ଧ ପୀଠ ନିକଟରେ ଦୁଇ ଦିନିଆ ୬୩ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି। ବୌଦ୍ଧ ପୀଠ ବିକାଶ ପରିଷଦ ସଭାପତି ଆଇନଜୀବୀ ହରେକୃଷ୍ଣ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ପରିସଂଖ୍ୟାନ ବିଭାଗ ଅବସରପ୍ରାପ୍ତ ଯୁଗ୍ମ ସଚିବ ପ୍ରଫୁଲ୍ଲ କୁମାର ବେହେରା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସମ୍ପାଦକ ମଙ୍ଗରାଜ ବିଶ୍ବାଳ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ସଙ୍କୀର୍ତ୍ତନ କଳାକାର ଜ୍ଞାନ ଚନ୍ଦ୍ର ସ୍ବାଇଁ, ପ୍ରଫୁଲ୍ଲ କୁମାର ସେନାପତିଙ୍କୁ ଚାରିଗାଁ କଳାଶ୍ରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ଦିନ ଧରି ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ପରିବେଷଣ, ଗୋଟିପୁଅ ନୃତ୍ୟ,ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୋଡ଼ାନାଚ ପ୍ରଭୃତି ପରିବେଷଣ କରାଯାଇଥିଲା ଯାହା ଶତାଧିକ ଗ୍ରାମ ବାସୀଙ୍କୁ ମନୋରଞ୍ଜନ ଯୋଗାଇଥିଲା। ଶିକ୍ଷକ ପ୍ରତାପ ରାଉତ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍ ଗନ୍ଧର୍ବ ସେନାପତି, ତପନ କୁମାର ନାୟକ, ମେଘନାଦ ସ୍ବାଇଁଙ୍କ ସମେତ ସମସ୍ତ ଗ୍ରାମ ବାସୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
