ନୂତନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ସେବା ପରିଦର୍ଶନ
ନୟାଗଡ଼,୨୦/୧୧– ନୟାଗଡ଼ ଜିଲ୍ଲାରେ ନୂଆ କରି ଯୋଗଦେଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆ ଦିପତି କଁହର ଅଚାନକ ସେବା ପରିଦର୍ଶନ ରେ ଆସି ସେବା ଦ୍ବାରା ପରି ଚାଳିତ ହେଉଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ । ସେବାର ଉପସଭାପତି ସଞ୍ଜୟ କୁମାର ସୁବୁଦ୍ଧି ଓ ସାଧାରଣ ସମ୍ପାଦକ ଅମରେନ୍ଦ୍ର କୁମାର ଦାସ ପରିଜା ସେବା ପରିସରରେ ନୂଆ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କହଁର ଙ୍କୁ ସ୍ଵାଗତ କରିଥିଲେ । ପ୍ରଥମେ ସେ ସେବା ନିଶା ପରିତ୍ୟାଗ ଓ ପୁନର୍ବାସ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ନ ଜଣ ନିଶା ଶକ୍ତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ସହ ପ୍ରକଳ୍ପର ସମସ୍ତ କାଗଜ ପତ୍ର ଯାଞ୍ଚ କରିଥିଲେ। ପରେ ପରେ ମାନସିକ ଅନଗ୍ରସର ଶିଶୁ ମାନଙ୍କ ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ, ବୌଦ୍ଧିକ ଅକ୍ଷ ମତା ଯୁକ୍ତ ଶିଶୁ ମାନଙ୍କ ପାଇଁ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର, ବୌଦ୍ଧିକ ଅକ୍ଷମତା ଯୁକ୍ତ ଶିଶୁ ଓ ପ୍ରାକ୍ ମସ୍ତିଷ୍କ ପକ୍ଷାଘାତ ଯୁକ୍ତ ଶିଶୁ ମାନଙ୍କ ପାଇଁ ଥିବା ଥେରାପୁଟିକ୍ ରେହାବିଲିଟେସନ ସେଣ୍ଟର ର ଅନ୍ତେବାସୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ସମସ୍ତ ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ ସମୟରେ ସୁପରିଚାଳନା ପାଇଁ କେତକ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ଦୀର୍ଘଦିନ ଧରି ବିଦ୍ୟାଳୟର କାର୍ଯ୍ୟରତ କର୍ମଚାରୀ ମାନେ ବେତନ ପାଇ ନଥିବା କର୍ମଚାରୀ ମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିଷୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ଜଣାଇବା ପାଇଁ ପ୍ରତିଶୃତିଦେଇଥିଲେ।ପରିଦର୍ଶନ ସମୟରେ କୃଷ୍ଣ ଚଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ବିଜୟ କୁମାର ବେହେରା, ସରୋଜିନୀ ସାହୁ, ବୈକୁଣ୍ଠ ନାଥ ମହାପାତ୍ର, ସାଗ ରୀ କା ସାହୁ, ସରସ୍ଵତୀ ମହାପାତ୍ର, ଆଶୀର୍ବାଦ ଚୌଧୁରୀ, ଶୁଶ୍ରି ତା ମହାପାତ୍ର, ପବିତ୍ର ଇନ୍ଦ୍ରଜିତ ପ୍ରମୁଖ ଉପସ୍ଥିତ ରହି ତାଙ୍କ ସହ ଆଲୋଚନା କରିଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ,”ତୀର୍ଥକ୍ଷେତ୍ର” ନୟାଗଡ଼।
