ଆଞ୍ଚଳିକ ବାଦି ପାଲା ମଞ୍ଚ ବରଦା ରେ ସମ୍ବର୍ଦ୍ଧନା ସମାରୋହ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସଂସ୍କୃତି ସଂପନ୍ନ ଗ୍ରାମ ବରଦା ରେ ଚତୁର୍ଥ ବାର୍ଷିକ ବାଦି ପାଲା ମଞ୍ଚ ରେ ସମ୍ବର୍ଦ୍ଧନା ସମାରୋହ ଆଞ୍ଚଳିକ ବାଦି ପାଲା ମଞ୍ଚ ବରଦା ର ସଭାପତି ବିପିନି କୁମାର ସାହୁ, ସମ୍ପାଦକ ହେମନ୍ତ କୁମାର‌ ନାଥ, ଢେଙ୍କାନାଳ ସାଂସଦ ମହୋଦୟ ଙ୍କ ଗଁଦିଆ ବ୍ଳକ ପ୍ରତିନିଧି ଲଳିତ କୁମାର ଦାସ ଙ୍କ ସହିତ ଆଞ୍ଚଳିକ ବାଦି ପାଲା ମଞ୍ଚ ବରଦା ର ସମସ୍ତ କର୍ମକର୍ତ୍ତା ଙ୍କ ସହଯୋଗ ରେ ମଇ ମାସ ତେର ତାରିଖ ରାତିରେ ପାଲା ମଞ୍ଚ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗଁଦିଆ ପଞ୍ଚାୟତ ସମିତିର ଅଧ୍ଯାକ୍ଷା ରୀନାରାଣୀ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଲା ସଂସ୍କୃତି କୁ ଓଡିଆ ମାନଙ୍କ‌ ଜୀବନ ଶୈଳୀ କୁ ଆଗେଇ ନେଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ମାନ୍ୟବର ଓଡ଼ିଶା ସରକାର ଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଙ୍କ ଗଁଦିଆ ବ୍ଳକ ପ୍ରତିନିଧି, ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ଆଞ୍ଚଳିକ ବାଦି ପାଲା ମଞ୍ଚ ପୋରୁହଖୋଜ ର‌ ପ୍ରାଣ ପ୍ରତିଷ୍ଠାତା ସଭାପତି ରତିକାନ୍ତ ସାହୁ ଉପସ୍ଥିତ ହୋଇ ଜୀବନ ରୂପକ ନଉକା ରେ ଭଲ କରିବା କୁ ହେଲେ ପାଲା ର ନିତି ଶିକ୍ଷା ମାନକୁ କାମରେ ଲଗାଇଲେ ନିଶ୍ଚିତ ରୂପେ ଭଲ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିପ୍ତିମୟୀ ବେହେରା, ସମିତି ସଭ୍ଯା ଅନ୍ନପୂର୍ଣ୍ଣା ସେଠୀ , ଗାୟକ ଉଜ୍ବଳ ବିଜୟ କୁମାର ଓଝା ମଞ୍ଚାସୀନ ଥିଲେ। ଏହି ପରିପ୍ରେକ୍ଷୀରେ ମଞ୍ଚାସୀନ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନୀତ ଅତିଥି ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ‌ ମଞ୍ଚ ର ଗାୟକ ବେଦ ବାଚସ୍ପତି ବିଚିତ୍ରାନନ୍ଦ ପଣ୍ଡା ଗାୟକ ବାଣୀଭୂଷଣ ହରିହର ଜେନା ଙ୍କ ସହିତ ସେମାନଙ୍କ ସାଥୀ ମାନଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ମଞ୍ଚ ର ସଞ୍ଚାଳନ କରିଥିଲେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ। ପ୍ରାୟ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ହୋଇ ପାଲାକୁ ଉପଭୋଗ କରିଥିଲେ ‌ଏହି ପାଲା ରେ ଉଭୟ ଗାୟକ ବନ୍ଧୁ ଓଡିଆ ପୁରାଣ, କାବ୍ୟ, ସାହିତ୍ୟ ବିଷୟ ରେ ପାଲା ପରିବେଷଣ କରିଥିଲେ। ଓଡିଆ ଅସ୍ମିତା ର ପରିଚୟ ପାଲା ପରିବେଷଣ ମାଧ୍ୟମରେ ମିଳେ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ଶ୍ରୀ ସାହୁ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *