ଚତୁର୍ଥ ବାର୍ଷିକ ବାଦି ପାଲା ଉଦ୍ ଘାଟିତ

ଆଞ୍ଚଳିକ ବାଦି ପାଲା ମଞ୍ଚ ପୋରୁହଖୋଜ ର ଚତୁର୍ଥ ବାର୍ଷିକ ବାଦି ପାଲା ଉଦ୍ ଘାଟିତ
ଗଁଦିଆ ବ୍ଳକ ର ସଂସ୍କୃତି ସଂପନ୍ନ ଗ୍ରାମ ପୋରୁହଖୋଜ ରେ ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ସମସ୍ତ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ରେ ଆଞ୍ଚଳିକ ବାଦି ପାଲା ମଞ୍ଚ ର ଚତୁର୍ଥ ବାର୍ଷିକ ବାଦି ପାଲା ମଇ ମାସ ୧୫ତାରିଖ ରାତ୍ର ରେ ସ୍ଥାନୀୟ ତହସିଲଦାର ସତ୍ୟଜିତ ମହାପାତ୍ର ଙ୍କ କରକମଳରେ ଉଦ୍ ଘାଟିତ ହୋଇଅଛି। ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ସରପଞ୍ଚ ତଥା ଆଞ୍ଚଳିକ ବାଦି ପାଲା ମଞ୍ଚ ପୋରୁହଖୋଜ ର ପ୍ରତିଷ୍ଠାତା ସଭାପତି ରତିକାନ୍ତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବାଦି ପାଲା ମଞ୍ଚ ରେ ସମ୍ପାଦକ ସୁବ୍ରତ କୁମାର ସାହୁ ମଞ୍ଚ କୁ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ ଥିଲେ। ଅନୁଷ୍ଠାନ ର ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶ୍ରୀ ସାହୁ ମୁଖ୍ୟ ଅତିଥି ଗଁଦିଆ ତହସିଲଦାର ସତ୍ୟଜିତ ମହାପାତ୍ର ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ପାଲା ପରିବେଷଣ କରିବାକୁ ଆସିଥିବା ଓଡ଼ିଶା ର ଗାୟକ ଲାସ୍ଯ ବିଭୂଷଣ ଚନ୍ଦ୍ର ଶେଖର ପାଢୀ, ଗାୟକ ଛାନ୍ଦ ବିଭୂଷଣ ମାନସ ରଂଜନ କର ଙ୍କ ସହିତ ଗାୟକ ପ୍ରାଣବନ୍ଧୁ ଦାସ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ସ୍ତବକରେ ଗାୟକ ଲାସ୍ଯ ବିଭୂଷଣ ଶ୍ରୀ ପାଢ଼ୀ ଓ ଦ୍ବିତୀୟ ପାବଛ ରେ ଗାୟକ ଛାନ୍ଦ ବିଭୂଷଣ ଶ୍ରୀ କର ଓଡ଼ିଶା ର ଜଗନ୍ନାଥ ସଂସ୍କୃତିକୁ ନେଇ ବିଭିନ୍ନ ଛାନ୍ଦ ଓ ଅଳଙ୍କାର ମାଧ୍ୟମ ରେ ପାଲା ପରିବେଷଣ କରିଥିଲେ। ଗଁଦିଆ ବ୍ଳକ ର ଅନେକ ସାହିତ୍ୟିକ,କବି, କଳା ପ୍ରେମୀ ଙ୍କ ସହିତ ଅନେକ ସଂସ୍କୃତି ପ୍ରେମୀ ମାନେ ଉପସ୍ଥିତ ହୋଇ ପାଲାକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ହୋଇ ପାଲା କୁ ଉପଭୋଗ କରିଥିଲେ।।

Leave a Reply

Your email address will not be published. Required fields are marked *