ସିବିଏସସି ଦଶମ ଶ୍ରେଣୀ ର ପରୀକ୍ଷାର ଫଳ ପ୍ରକାଶ
ଚଳିତ ବର୍ଷ ର ସିବିଏସସି ଦଶମ ଶ୍ରେଣୀ ର ପରୀକ୍ଷାର ଫଳ ତା ୧୩. ୦୫. ୨୦୨୫ ରେ ପ୍ରକାଶ ପାଇଥିଲା |ଚଳିତ ବର୍ଷ ଏହି ପରୀକ୍ଷାରେ ବାଣପୁର ର ସୁନାମଧନ୍ୟ ଇଂରାଜୀ ଶିକ୍ଷା ଅନୁଷ୍ଠାନ “ସେଣ୍ଟ ଯାଭିୟର ହାଇସ୍କୁଲ” ର ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ପ୍ରଶଂସନୀୟ ପ୍ରଦର୍ଶନ କରିବା ସହ ସମଗ୍ର ବାଣପୁର ଏବଂ ଚିଲିକା ବ୍ଲକ ରେ ସର୍ବଶ୍ରେଷ୍ଠ ମାର୍କ ଆଣି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି |ଏହି ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ଶ୍ରୀମାନ ଆୟୁଷ ସାମନ୍ତରାୟ ସର୍ବଶ୍ରେଷ୍ଠ ୯୭. ୨ ଶତକଡା ମାର୍କ ଆଣିବା ବେଳେ ଆୟୁଷ ସୁବୁଦ୍ଧି ୯୦. ୮,କିର୍ତ୍ତୀ ସ୍ବୟଂସୁ ଲେଙ୍କା ୯୦,ତନ୍ମୟ କୁମାର ବାରିକ ୮୪. ୪, ଅଭିଜିତ ପ୍ରଧାନ ୮୩. ୪,ଶିବାଶିଷ ପ୍ରଧାନ ୮୩,ଆଦ୍ୟସା ଷଡଙ୍ଗୀ ୮୩. ୮, ସାୟନ୍ତନ ଷଡ଼ଙ୍ଗୀ ୮୩. ୬, ଶୁଭ୍ରାଂଶୁ ଶେଖର ନାୟକ ୮୧, ସରୋଜ କୁମାର ରଣା ୮୦ ପ୍ରତିଶତ ମାର୍କ ଆଣିଛନ୍ତି |ବିଦ୍ୟାଳୟ ର ଅଧକ୍ଷ୍ୟ ଶ୍ରୀଯୁକ୍ତ ଡ଼ ଶକ୍ତି ପ୍ରସାଦ ମହାନ୍ତି ସମସ୍ତ ଛାତ୍ର ଛାତ୍ରୀ ଙ୍କ ମଙ୍ଗଳକାମନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କର ଫଳତାର ଶ୍ରେୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀ ମାନଙ୍କୁ ପ୍ରଦାନ କରିଛନ୍ତି |ଏହା ସହ ଆଗକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କର କିଭଳି ଅକ ରୁ ଅଧ୍ଧ ଶିକ୍ଷା କ୍ଷେତ୍ରରେ ବାଣପୁର ପାଇଁ ଗୌରବ ଆଣିପାରିବେ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ବିଦ୍ୟାଳୟ ର ଅଧକ୍ଷ୍ଯ ପ୍ରତିଶୃତି ଦେଇଥିଲେ
