ଫୁଲବାଣୀ ରେ ସିନିୟର ଓସବା ଷ୍ଟେଟ୍ ରେଙ୍କିଙ୍ଗ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ ରେ ସିନିୟର ଓସବା ଷ୍ଟେଟ୍ ରେଙ୍କିଙ୍ଗ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଉଦଘାଟିତ

ଫୁଲବାଣୀ, ୧୬।୫: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇନଡୋର ଷ୍ଟାଡିୟମ ରେ,ସନରାଇଜ ଓସବା ସିନିୟର ରେଙ୍କିଙ୍ଗ ବେଡମିଣ୍ଟନ ର ୩ ଦିନିଆ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ବେଡମିଣ୍ଟନ ଆସୋସିଏସନର ପରିଚାଳନା ରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ହରିଶ୍ ବି ସି ଏବଂ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶଚନ୍ଦ୍ର ଜେନା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ଏହି ରାଜ୍ୟ ସ୍ତରୀୟ ବ୍ଯାଡମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ର ଆୟୋଜନ କରିଥିବା କେଡିବିଏ ର କର୍ମକର୍ତ୍ତାମାନଙ୍କୁ ସାଧିବାଦ ଦେବା ସହ ଏହିଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଯୋଗୁଁ ଜିଲ୍ଲାର ଖେଳାଳିଙ୍କ ପ୍ରେରଣା ଓ ଉତ୍ସାହର ସ୍ରୋତ ହେବ ବୋଲି କହିଥିଲେ । ଏହି ଅବସରରେ ଅନ୍ଯମାନଙ୍କ ମଧ୍ଯରେ ଓସବା ର ଅବଜର୍ଭ ଶ୍ରୀ ପ୍ରଦୀପ କୁମାର ମହାନ୍ତି ଓ ଶ୍ରୀ ଶୈଳେନ୍ଦ୍ର ଚୌଧୁରୀ, କନ୍ଧମାଳ ଜିଲ୍ଲା ବେଡମିଣ୍ଟନ ଆସୋସିଏସନର ସଭାପତି ତଥା ବରିଷ୍ଠ ବ୍ଯାଡମିନ୍ଟନ ଖେଳାଳି ଶ୍ରୀ ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ପାତ୍ର,ସମ୍ପାଦକ ଶ୍ରୀ ଦୀପକ ରଞ୍ଜନ ମହାନ୍ତି ଓ ବରିଷ୍ଠ ଖେଳାଳି ଶ୍ରୀ ମାନସ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଟୁର୍ଣ୍ଣାମେଣ୍ଟ ର କୋଡିନେଟର ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ଏହି ତିନି ଦିନିଆ ଟୁର୍ଣ୍ଣାମେଣ୍ଟ ରେ ସମଗ୍ର ରାଜ୍ୟର ଅଧିକାଂଶ ଜିଲ୍ଲାର ୧୨୫ ରୁ ଅଧିକ,ଖେଳାଳି ଭାଗ ନେଇଛନ୍ତି ।ଜିଲ୍ଲା ରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *