କୋଦାଳ ରେ ମରାଣାତ୍ମକ ଆକ୍ରମଣ କଲେ ସରପଞ୍ଚ
Date:- 21/05/2025Place:- Bhadrak – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ନବପୁର ବ୍ଲକ ଅନ୍ତର୍ଗତ ବିନବାଭାବେ ନଗର ଗ୍ରାମ ପଞ୍ଚ ପଞ୍ଚାୟତ ରେ ଗତକାଲି ବାତ୍ୟା ଆଶ୍ରୟସ୍ଥଳୀ ସମ୍ମୁଖରେ ଏକ ମରାମତି କାମର ଫଳକ ନିର୍ମାଣ କୁ ନେଇ ସରପଞ୍ଚ ଙ୍କ ନାରକୀୟ କାଣ୍ଡ ଘଟାଇଥିବା ଦୃଶ୍ଯ । ଦେଖିବାକୁ ମିଳିଛି । ଉକ୍ତ ପଞ୍ଚାୟତ ର ସରପଞ୍ଚ ଆଦିତ୍ୟ କୁମାର ଗିରି ନିର୍ମାଣ ସ୍ଥାନ ରେ ପହଞ୍ଚି ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ କୁଦାଳ ସାହାଯ୍ୟ ରେ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ରେ ସେହି ଗ୍ରାମ ର ଜଗାନନ୍ଦ ବେରା ଗୁରୁତର ହୋଇ ଚିକିସ୍ଥିତ ହେଉଥିବା ବେଳେ ଅନ୍ୟ ତିନିଜଣ ମଧ୍ୟ ଆହତ ହୋଇଛନ୍ତି । କସିଆ ସାମୁଦ୍ରିକ ଥାନା ରେ କରାଯାଇଥିବା ଅଭିଯୋଗ ଫର୍ଦ୍ଦ ଅନୁସାରେ ସରପଞ୍ଚ ଆଦିତ୍ୟ କୁମାର ଗିରି ଏବଂ ତାଙ୍କର ସହଯୋଗୀ ଜୟକୃଷ୍ଣ ମାଝୀ, ସୁବାଷ ଗିରି, ଝୁଣ୍ଟୁ ପରିଡ଼ା, ହରମୋନ ପରିଡ଼ା ଅନ୍ୟ କିଛି ଯୁବକ ମିଶି ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ପ୍ରକାଶ ଥାଉକି ସରପଞ୍ଚ ଆଦିତ୍ୟ କୁମାର ।

ଗିରି ପୂର୍ବରୁ ଥାନା ଭିତରେ ପ୍ରବେଶ କରି କାର୍ଯ୍ୟରତ ପୋଲିସ। । ଅଧିକାରୀମାନଙ୍କୁ ଆକ୍ରମଣ କରିବା ସହିତ ଥାନାରେ ଭଙ୍ଗାରୁଜା କରିଥିଲେ ଏବଂ ୨୦ ୨୦୨୨ ମସିହା ରେ ରାସନ ସାମାଗ୍ରି ବଣ୍ଟନ ସମୟରେ ରେ ହିତାଧିକାରୀ ମାନଙ୍କୁ ଅମାନବୀୟ ଭାବରେ ଠିଆ ଗୋଇଠା ମାରିବା ଭଳି ଘଟଣାରେ ଗିରଫ ହୋଇଥିଲେ । ସୂଚନା ଅନୁଯାୟୀ ଉକ୍ତ ଘଟଣାରେ କସିଆ ସାମୁଦ୍ରିକ ଥାନା କେଶ ନମ୍ବର ୮୪/୨୦୨ ୨୫ ରେ ଏକ ମାମଲା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏକାଧିକ ଅପରାଧ ଘଟାଇ ଅଞ୍ଚଳରେ ଆତଙ୍କ ରାଜ ଘଟାଉଥିବା ବେଳେ ଗତକାଲି ର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ ସରପଞ୍ଚ ଫେରାର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳୁଛି। ଏହି ପରି ଜନପ୍ରତିନିଧ୍ ଭାବରେ ସାଧାରଣ ଲୋକଙ୍କ ଉପରେ ଦବଙ୍ଗ ଗିରି ଚଳାଇଆସୁଥିବା ସରପଞ୍ଚ ଆଦିତ୍ୟ କୁମାର ଗିରି ଙ୍କୁ ପୋଲିସ ପ୍ରଶାସନ ଗିରଫ କରୁଛନ୍ତି। ନା ରାଜନୈତିକ ଚାପ ରେ ନିରବ ଦ୍ରଷ୍ଟା ସାଜୁଛନ୍ତି ତାହା ଦେଖୁବାକୁ ବାକି ରହିଲା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
