ବିଜେଡିର ମିଶ୍ରଣ ପର୍ବ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା, ନୀତି ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଗୋପିନାଥପୁର ପଞ୍ଚାୟତର ବିଜେପି ସଭାପତି ଶତୃଘ୍ନ ବେହେରା, ବେତଗୋରଡି ଗ୍ରାମର ଯୁବ ବିଜେପି ନେତା ଭୀମସେନ ନାୟକ, ରାଏପୁର ଗ୍ରାମର ବିଜେପି ନେତା ଗଙ୍ଗାଧର ବିଶ୍ୱାଳ, ଲକ୍ଷ୍ମୀଧର ବିଶ୍ୱାଳ, ଜମ୍ବେଶ୍ଵର ବିଶ୍ୱାଳ, ମାନସ ପ୍ରଧାନ, ଦିପକ ବିଶ୍ୱାଳ, ମନୋଜ ପ୍ରଧାନ, ମଙ୍ଗରାଜ ପଲାଇ, ସଞ୍ଜୟ ପଲାଇ, ଅଜୟ ସାହୁ, ସିଲୁ ପଲାଇ, ନିରଞ୍ଜନ ବିଶ୍ୱାଳ, ରତ୍ନାକର ବିଶ୍ୱାଳ ଓ ଅରଖକୁଦା ଗ୍ରାମର ବିଜେପି ନେତା ଶିବରାମ ବେହେରା ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଶୁକ୍ରବାର ଦିନ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଉପସ୍ଥିତ ରହି ସେମାନଙ୍କୁ ସ୍ଵାଗତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଜ୍ଞାନ ଚନ୍ଦ୍ର ପ୍ରଧାନ, ଅରଖକୁଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଭଦ୍ର ନାୟକ, ଗୋପିନାଥପୁର ପଞ୍ଚାୟତର ସଭାପତି ଲକ୍ଷ୍ମୀଧର ଚମ୍ପନ୍ତି ଓ ବରିଷ୍ଠ ନେତା ବ୍ରଜ ଜେନା ଉପସ୍ଥିତ ଥିଲେ।
