OSEFD ସଂଘ ତରଫରୁ ଭିନ୍ନକ୍ଷମ ଦିବସ ପାଳିତ
ନୟାଗଡ଼ :Odisha Special Educator Federation for Divyang (OSEFD) ସଂଘ ତରଫରୁ ନୟାଗଡ଼ ଜିଲ୍ଲାର କର୍ମକର୍ତ୍ତା ମାନେ ଭିନ୍ନକ୍ଷମ ଦିବସ ପାଇଁ ଏକ ଶୋଭାଯାତ୍ରା ର ଆୟୋଜନ କରି ସାରିଛନ୍ତି । ଭିନ୍ନକ୍ଷମ ମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବେ ତାହା ସଂଘ ର ମୂଳ ଉଦ୍ଦେଶ୍ୟ। ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ସରକାର ଙ୍କ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି। ସେମାନେ କିପରି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି। କିନ୍ତୁ ଦୁଃଖର ବିଷୟ ଯେ ସେ ସବୁ ଯୋଜନା ଯୋଜନା ରେ ରହି ଯାଉଛି। ଯେମିତି କି ବିଦ୍ୟାଳୟ ସ୍ତରରେ ଭିନ୍ନକ୍ଷମ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ RPWD act 2016 ଉଲ୍ଲେଖ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ଅନ୍ତର୍ନିବେଶୀ ଶିକ୍ଷା ଅନୁସାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ସଧାରଣ ବିଦ୍ୟାଳୟ ରେ ସାଧାରଣ ପିଲାଙ୍କ ସହ ଗୋଟିଏ ଛାତ ତଳେ ଏକାଠି ପଢ଼ି ପାରିବେ। ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନେ ମଧ୍ୟ ସାଧାରଣ ବିଦ୍ୟାଳୟ ରେ ନିଜ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସେମାନଙ୍କ ପାଇଁ ତାଲିମ ନେଇଥିବା ସ୍ଵତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ସ୍ଵତନ୍ତ୍ର ଶିକ୍ଷକ ମାନେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ପଢେଇବା ପାଇଁ ୨ ବର୍ଷର ତାଲିମ ନେଇଛନ୍ତି ଏବଂ ସେମାନେ Rehabilitation council of India (RCI)ରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ପଢେଇବା ପାଇଁ ନିଜର ନାମ ପଞ୍ଜୀକରଣ କରିଛନ୍ତି। ଯେଉଁ ମାନେ Rehabilitation Council of India (RCI) ରେ ନାମ ପଞ୍ଜୀକରଣ କରି ନାହାନ୍ତି ସେମାନେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ପଢ଼ାଇ ପାରିବେ ନାହିଁ ବୋଲି RCI ର statutory warning ରହିଛି ଏବଂ ଏହାକୁ ଉଲ୍ଲଘଂନ କଲେ ଦଣ୍ଡବିଧାନ ର ବ୍ୟବସ୍ଥା ରହିଛି। କିନ୍ତୁ ସରକାର ଏହା ଉପରେ କୈାଣସି ପଦକ୍ଷେପ ନେଉ ନାହାନ୍ତି କେବଳ ବ୍ଲକ ମାନଙ୍କରେ ଦୁଇ ଜଣ ଲେଖାଏଁ BRT ଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ଲକ ରେ ମାତ୍ର ଦୁଇ ଜଣ BRT ବ୍ଲକ ସାରା ପିଲାଙ୍କୁ ବୁଲି ବୁଲି ପାଠ ପଢ଼ାଇବା ସମ୍ଭବ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ (6)ଛଅ ମାସ ମଧ୍ୟରେ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ କୁ କଡ଼ାକଡ଼ି ଭାବେ ନିର୍ଦେଶ ଦେଇଛନ୍ତି। କିନ୍ତୁ ଓଡିଶା ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି। ଆଗାମୀ ଦିନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ସଂପର୍କରେ ଯଦି କୌଣସି ପଦକ୍ଷେପ ସରକାର ଗ୍ରହଣ କରିବେ ନାହିଁ ତେବେ ସାରା ରାଜ୍ୟରେ ସ୍ଵତନ୍ତ୍ର ଶିକ୍ଷକ ଏବଂ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନେ ମିଶି ରାଜ୍ୟ ବ୍ୟାପି ଆନ୍ଦୋଳନ କରିବେ। ଯେଉଁଥିପାଇଁ ସରକାର ଦାୟୀ ରହିବେ।
ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”ନୟାଗଡ଼।
