ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା
କୋଣାର୍କ,୦୫.୦୬- ବିଶ୍ୱ ପରିବେଶ ଦିବସ ଅବସରରେ କାମତ ହୋଟେଲସର ଲୋଟସ ରିସର୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ କୋଣାର୍କରେ ପାଳିତ ହୋଇଯାଇଛି। କାମାତ୍ ଗ୍ରୁପ ଗ୍ରୀନ ଟିମର ପ୍ରାୟ ୫୦ ଜଣ କର୍ମଚାରୀ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ଫଳକ ବାର୍ତା ଧରି ଏକ ଶୋଭାଯାତ୍ରାରେ କୋଣାର୍କ ସହର ପରିକ୍ରମା କରିଥିଲେ l ଏହି ଅବସରରେ କୋଣାର୍କ ମନ୍ଦିର ପାର୍ଶ୍ଵ ଓ ସରକାରୀ ଡାକ୍ତରଖାନା ପରିସରରେ ସଫେଇ ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମମାନ ସମ୍ପାଦନ କରାଯାଇଥିଲା l

ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବନ କର୍ମଚାରୀ, ଡାକ୍ତରଖାନାର କର୍ମଚାରୀ, କୋଣାର୍କର ଅନ୍ୟ ସମାଜସେବୀବୃନ୍ଦ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ l କାମତ ହୋଟେଲସର ଆଞ୍ଚଳିକ ପରିଚାଳକ ଭାରତ ଭୂଷଣ ବିଶ୍ୱାଳ ଏହି କାର୍ଯ୍ୟକ୍ରମ ଜନ ସାଧାରଣଙ୍କୁ ପରିବେଶର ସ୍ୱଚ୍ଛତାର ବାର୍ତା ଦେବା ସହିତ ଜାତୀୟ ବୃକ୍ଷ ରୋପଣ ଅଭିଯାନକୁ ଅଧିକ ତ୍ଵରାନିତ୍ଵ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଦେହୁରୀ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଲୋଟସ ରିସୋର୍ଟର ପରିଚାଳକ ସୁନୀଲ କୁମାର ପାଣିଗ୍ରାହୀ, ପ୍ରଭୁଦତ୍ତ ଦାଶ, ଧିରେନ କୁମାର ଆଚାର୍ଯ୍ୟ, ରାଜୀବ କୁମାର ନାୟକ, ଜିତେନ୍ଦ୍ର ଜେନା, ପ୍ରଦୀପ ମଣ୍ଡଳ, ଅଭିମନ୍ୟୁ ମାନ୍ୟଲୁ ପ୍ରମୁଖ ପରିଚାଳନା କରିଥିଲେ l
