ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

…….ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ……
ପାରାଦ୍ୱୀପ… ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଳନ କରା ଯାଉଛି.ପାରାଦିପ ମଧୁବନ ସ୍ଥିତ ଜେ ଏସ୍ ଡ ଵ୍ଲୁ ଉତ୍କଳ ଷ୍ଟିଲ୍ ପକ୍ଷରୁ କାର୍ଯ୍ୟାଳୟ ପରିସର ରେ ଏହି ଦିବସ ପାଳନ କରା ଯାଇଛି.।ଚଳିତ ବର୍ଷ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରନ୍ତୁ ବିଷୟ କୁ ନେଇ ସାରା ଦେଶରେ ପରିବେଶ ଦିବସ ପାଳନ କରା ଯାଇଛି.ଏହି ଅବସରରେ ସ୍ଥାନୀୟ ଜେ ଏସ୍ ଡ ବ୍ଲୁ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ନିଜ ନିଜର ମତା ରଖିଥିଲେ।ପରେ କମ୍ପାନୀର ଅନ୍ୟ ସମସ୍ତ ଅଧିକାରୀ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଥିଲେ.
ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ. ବଂଚିବାକୁ ନିର୍ମଳ ବାୟୁ, ସ୍ଵଛ ଜଳ, ଓ ବୃକ୍ଷର ଆବଶ୍ୟକତା ରହିଛି. ସେଥିପାଇଁ ସମସ୍ତେ ନିଜ ନିଜ ଘରେ କିମ୍ବା ଉପଯୁକ୍ତ ସ୍ଥାନରେ ଗଛ ଲଗାଇବାକୁ ବରିଷ୍ଠ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ.ଏଥି ସହିତ ଏକକ ପ୍ଲାଷ୍ଟିକର ଉତ୍ପାଦନ ଓ ଅଧିକ ବ୍ୟବହାର ପାଇଁ ଆମ ପରିବେଶରେ ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି ପାଉଛି। ତେଣୁ ଆଜିର ଦିନରେ ଏହାର ବ୍ୟବହାର କିଭଳି ହ୍ରାସ କରାଯିବ ସେ ନେଇ ଜେ ଏସ୍ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଏକ ଶପଥ ପାଠ କରାଯାଇଥିଲା।।।।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *