କାନ୍ଦେନା ଲୁହ ସରିଯିବ

ପଧାନପଡ଼ା ଯୁବକ ସଂଘ ଯାତ୍ରା କମିଟି ର ଚତୁର୍ଥ ଅବଦାନ “କାନ୍ଦେନା ଲୁହ ସରିଯିବ” ।

କନ୍ଧମାଳ ତା ୦୮/୦୬/୨୦୨୫ ଟିକାବାଲି ବ୍ଳକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ପଧାନ ପଡ଼ା ଗ୍ରାମରେ ଯୁବକ ସଂଘ ଯାତ୍ରା କମିଟି ତରଫରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଚତୁର୍ଥ ଅବଦାନର ହସ କାନ୍ଦ ପାରିବାରିକ କାହାଣୀ “କାନ୍ଦେନା ଲୁହ ସରିଯିବ” ସାମାଜିକ ନାଟକ ପରିବେଷଣ ହୋଇଛି l
ଏହି ସାମାଜିକ ନାଟକ ନିର୍ଦେଶକ ଜଗଦୀଶ ରଣା, ସହ ନିର୍ଦେଶ ନା ଜୀବନ ରଣାଙ୍କ ନିର୍ଦେଶନାରେ ପଧାନପଡ଼ା ରଙ୍ଗୀନ ରଙ୍ଗ ମଞ୍ଚ ଯାତ୍ରା ପଡିଆରେ ରେ ହଲାଚଳ ଶୃଷ୍ଟି କରିଥିବା ଛକ ଛକ ରେ ଚର୍ଚ୍ଚା ହେଉଛି l ଏହି ଯାତ୍ରା ପଡିଆରେ ଶୁଭ ରାତ୍ର ଶୁଭ ରଜନୀ କାର୍ଯ୍ୟକ୍ରମ ରେ କମିଟି ତରଫରୁ ସମସ୍ତ ଅତିଥି ବୃନ୍ଦ ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ମୁଖ୍ୟ ଅତିଥି ଭାବରେ ଡେପୁଟି ମେୟର ଭୁବନେଶ୍ୱର ଶ୍ରୀମତୀ ମଞ୍ଜୁଲତା କହଁର ଙ୍କୁ ପୁଷ୍ପ ଗୁଛ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ସମିତି ଅଧ୍ୟକ୍ଷ ଟିକାବାଲି ଶ୍ରୀ ଦିଲ୍ଲୀପ କହଁର ଯୋଗ ଦେଇ ଥିଲେ l ସମ୍ମାନିତ ଅତିଥିଭାବେ ସ୍ଥାନୀୟ କଟିମାହା ସରପଞ୍ଚ ଶ୍ରୀଯୁକ୍ତ କର୍ଣ୍ଣେଲ କହଁର, କଇଁଝର ସରପଞ୍ଚ ଶ୍ରୀମତୀ ରୁନିତା କହଁର, ବୁର୍ବୀନାଜୁ ସରପଞ୍ଚ ଶ୍ରୀମତୀ ସଲିମା କହଁର, ପାବୁରିଆ ସରପଞ୍ଚ ଶ୍ରୀ ସଞ୍ଜୟ ନାୟକ ଯୁବ କଂଗ୍ରେସ ସଭାପତି ଶ୍ରୀ ଚନ୍ଦନ ପଣ୍ଡା, ସତ୍ୟ ଭାଇ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ସାମ୍ବାଦିକ ସଂଘ ସଭାପତି ସାନୁଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ଯୁବ ସାମ୍ବାଦିକ, ସମାଜ ସେବୀ ଶ୍ରୀ କୁନା ଦିଗାଲ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ କୁ ରଙ୍ଗା ରଙ୍ଗ ମନୋରଞ୍ଜନ କରିବା ପାଇଁ ଯାତ୍ରା କମିଟି ସଭାପତି ଶ୍ରୀ ଯଶି ଦିଗାଲ, ସମ୍ପାଦକ ଶ୍ରୀ ପଞ୍ଚାନନ ବଗର୍ତ୍ତୀ, ପ୍ରମୁଖ କମିଟି ବୃନ୍ଦ ଦର୍ଶକ ଙ୍କୁ ଭେଟି ଦେଇଥିଲେ ମୁଖ୍ୟ ଆକର୍ଷଣ ଓଡିଶା ସୋନୀଲିଓନ ନିଶା ମହାରଣା ଙ୍କୁ ଯାହାକି ଯାତ୍ରା ପେଣ୍ଡାଲ ରେ ହଳାଚଳ ଶୃଷ୍ଟି କରିଥିଲା ଦର୍ଶକ ମଧ୍ୟ ମନରୋଞ୍ଜନ କରିବା ସହିତ ନିଶା ମହାରଣା ଙ୍କୁ ପାଖରେ ପାଇ ଖୁସି ହେବା ସହିତ ତାଙ୍କରି ଅଭିନୟ କୁ ଉପଭୋଗ କରିଥିଲେ l ଏହି ଯାତ୍ରା ରେ ଓଡିଶା ସାନିଲିୟନ ନିଶା ମାଡାମ ଯୋଗ ଦେଇଥିବାରୁ ଯାତ୍ରା ପ୍ରେମୀ ଦର୍ଶକ ପାଞ୍ଚ ହଜାର ରୁ ଉର୍ଦ୍ଧ ଲୋକ ସମାଗମ ହୋଇଥିବା ଜଣାପଡ଼ିଛି l ଗ୍ରାମ୍ୟ କମିଟି ସଭାପତି, ଦେବେଶ୍ୱର ପ୍ରଦାନ, ଜୟଦେବ ବଗର୍ତି, କାମେଶ୍ୱର ପ୍ରଧାନ, ମିଶ୍ର ଦିଗାଲ, ବାସୁଦେବ ଦିଗାଲ,ବୁଦ୍ଧିଜୀବି,ଟିକାବାଲି ପୋଲିସ ପ୍ରଶାସନ ସହଯୋଗ କରିଥିଲେ l ସମସ୍ତ ଦର୍ଶକ ଶାନ୍ତି ଶୃଙ୍ଖଳା ରେ ଯାତ୍ରା କୁ ଉପଭୋଗ କରିଥିବାରୁ ଯାତ୍ରା କମିଟି ତରଫରୁ ସମସ୍ତଙ୍କୁ ଧନ୍ୟବାଦ ସହିତ ସାଧୁବାଦ ଜଣେଇଛନ୍ତି l

Leave a Reply

Your email address will not be published. Required fields are marked *