ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ।

ପୁରୀ ୧୦/୬ ଆଜି ପୂର୍ବାହ୍ନରେ ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ପୁରୀ ପୌରାଞ୍ଚଳ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ପୌରାଞ୍ଚଳର ୧୬ଟି ସ୍ବୟଂ ସହାୟକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ପୁରୀ ସଦର ବିଡ଼ିଓ ସମ୍ବିତ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ପ୍ରୋଗ୍ରାମ ଅଫିସର ସୁହାଗୀ ଦେମ୍ରମ,ଚନ୍ଦ୍ରପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି,ମିଶନ ଶକ୍ତି ସଂଯୋଜିକା ସ୍ବାଗତିକା ପରିଡା ପ୍ରମୁଖ ଉପସ୍ଥିତ ରହି ଖାଦ୍ୟ ପ୍ରସ୍ତୁତ କରୁଥିବା ମା ମାନଙ୍କୁ ଉତ୍ସାହିତ କରିଥିଲେ।ଆଜିର ସମୟରେ ପାରମ୍ପରିକ ଖାଦ୍ୟ ଅଭାବରୁ ବିଦେଶୀ ଖାଦ୍ୟ ପ୍ରତି ଯୁବ ବର୍ଗର ଆଗ୍ରହ ବଢୁଛି।

କିନ୍ତୁ ଏହି ଭଳି ଖାଦ୍ୟ ପ୍ରତିଯୋଗିତା ବା ଖାଦ୍ୟ ମେଳାର ଆୟୋଜନ ଦ୍ବାରା ଆମ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ଓ ଋଚି ବୃଦ୍ଧି ପାଇବ ବୋଲି ସେମାନେ କହିଥିଲେ।ପରେ ଅତିଥି ମାନେ ସମସ୍ତ ଖାଦ୍ୟ ଷ୍ଟଲ ପରିଦର୍ଶନ କରିବା ସହ ବିଭିନ୍ନ ଖାଦ୍ୟ ଚାଖିଥିଲେ।ଶେଷରେ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ମଣୀନାଗେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ, ଦ୍ୱିତୀୟ ଭଗବତୀ ସ୍ବୟଂ ସହାୟକ ଗୋଷ୍ଠୀ ଓ ତୃତୀୟ ହୋଇଥିବା ଗଛକାଳୀ ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ ରେ ପୁରୀ ପୌରାଞ୍ଚଳ ସିଡିପିଓ ବିନୋଦିନୀ ତ୍ରିପାଠୀ ଓ ସମସ୍ତ କର୍ମଚାରୀ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *