ପ୍ରେସ୍ ନୋଟ

ପ୍ରେସ୍ ନୋଟତାରିଖ: ୧୦.୦୬.୨୦୨୫ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହସଲ୍-ଫ୍ରୀ ଦର୍ଶନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ପୁରୀ ପୋଲିସ ଆଜି *”ବଡଦାଣ୍ଡ ସାଥୀ”* ନାମକ ଏକ ନୂଆ ସେବା କାର୍ଯ୍ୟକ୍ରମଦେବସ୍ନାନ ପୂର୍ଣିମା ୨୦୨୫ ପାଇଁ ଜନସେବାରେ ପୁରୀ ପୋଲିସ: “ବଡଦାଣ୍ଡ ସାଥୀ” ସେବାର ଉଦ୍‌ଘାଟନପୁରୀ ଶ୍ରୀମନ୍ଦିରର ପବିତ୍ର ଦେବସ୍ନାନ ପୂର୍ଣିମା ଅବସରରେ, ଦେଶ ଓ ବିଦେଶରୁ ଲକ୍ଷ-ଲକ୍ଷ ଭକ୍ତଗଣ ପୁରୀକୁ ଆସନ୍ତି। ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ହସଲ୍-ଫ୍ରୀ ଦର୍ଶନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ପୁରୀ ପୋଲିସ ଆଜି *”ବଡଦାଣ୍ଡ ସାଥୀ”* ନାମକ ଏକ ନୂଆ ସେବା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି।ଏହି ବଡଦାଣ୍ଡ ସାଥୀ ସେବା ଅନ୍ତର୍ଗତ, ବୃଦ୍ଧ, ଦିବ୍ୟାଙ୍ଗ ଥିବା ଭକ୍ତମାନେ ସୁଗମ ଭାବରେ ଶ୍ରୀମନ୍ଦିର ଦର୍ଶନ କରିପାରିବେ।

ପୁରୀ ପୋଲିସ ଏହି ଉଦ୍ୟମ ମାଧ୍ୟମରେ ବୃଦ୍ଧଙ୍କ ପାଇଁ ବିଶେଷ ସାହାଯ୍ୟ ଓ ସେବା ଦେବାକୁ ବୃତ୍ତିବଧ କରିଛନ୍ତି।ବଡଦାଣ୍ଡ ସାଥୀ ଏକ ସ୍ୱେଚ୍ଛାସେବକ ଦଳ, ଯେଉଁମାନେ ବୃଦ୍ଧ ଓ ଅସୁବିଧାପ୍ରାପ୍ତ ଭକ୍ତଙ୍କୁ ସହଯୋଗ କରିବେ।ପ୍ରଧାନ କାର୍ଯ୍ୟ: ଦର୍ଶନ ସମୟରେ ସହଯୋଗ, ହ୍ୱିଲଚେୟାର୍ ଶୁଭିଧା, ଜଳ ବିତରଣ, ଓ ସୂଚନା ଦେବା।ପ୍ରତେକ ସାହି ରେ ଲୋକାଲ ଚଳାଚଳ ସ୍ମୂଥ କରିବା ପାଇଁ ଉପାୟ ଗ୍ରହଣ କରାଯାଇଛି ସାମାଜିକ ଉତ୍ସବରେ ମାନବିକ ମୂଲ୍ୟ ର ଚରମ ପ୍ରତିଫଳନ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପୁରୀ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ବହୁତ ସଂଖ୍ୟକ ସେବାପ୍ରମୀ ଯୁବକ, ବ୍ରୁଦ୍ଧ ସଭ୍ୟ ଉପସ୍ଥିତ ଥିଲେ।ପୁରୀ ପୋଲିସର ଏହି ପ୍ରୟାସ ମାନବିକ ମୂଲ୍ୟ ବୋଧର ସ୍ପଷ୍ଟ ପ୍ରତିଚ୍ଛବି ଓ ଏହା ଆଗାମୀ ରଥଯାତ୍ରା ଓ ଭବିଷ୍ୟତରେ ଅନ୍ୟାନ୍ୟ ଉତ୍ସବ ସମୟରେ ମଡେଲ୍ ହିସାବରେ ବ୍ୟବ‌ହୃତ ହେବ।ପୁରୀ ପୋଲିସ ଆହ୍ବାନ କରେ — ଆସନ୍ତୁ ଏକ ମାନବିକ ଓ ଶୃଙ୍ଖଳିତ ରଥଯାତ୍ରା ଉଦ୍ୟାପନ କରିବା ପାଇଁ ସମସ୍ତେ ଏକତ୍ରିତ ହେବା।

Leave a Reply

Your email address will not be published. Required fields are marked *