ଓଜେଇଇ -୨୦୨୫ର ଫଳାଫଳ ପ୍ରକାଶିତକୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ

ଭୁବନେଶ୍ୱର ତା 10.06.25 : ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2025) ର ଫଳାଫଳ ଆଜି ପ୍ରକାଶ ପାଇଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ OJEE -2025 ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାର ଶୁଭ ଉନ୍ମୋଚନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ ସଫଳତା ହାସଲ କରିବା ସହିତ ଜଣେ ଜଣେ ସୁନାଗରିକ ହୋଇ ଓଡିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି । 2025-26 ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ 17 ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-BTech. (for Diploma students), LE-BTech. (for B.Sc. students), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing, and Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (Computer Based Test) ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ 30ଟି ଜିଲ୍ଲା ସହିତ ରାଜ୍ୟ ବାହାରେ 03ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବ ମୋଟ 70 ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।

ଏ ବର୍ଷ ସମୁଦାୟ 92,488 ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ 80,324 ପରୀକ୍ଷାର୍ଥୀ (86.84 ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ 55,362 ପରୀକ୍ଷାର୍ଥୀଙ୍କୁ ନିଜ ନିଜ ର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ମିଳିଛି । ଶ୍ରୀ ସମର୍ଥ ବର୍ମା, ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ, ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଶ୍ରୀ ଦେବ ପ୍ରକାଶ ଶତପଥି, ଅଧ୍ୟକ୍ଷ ଓ ଶ୍ରୀ ରଞ୍ଜନ କୁମାର ଜେନା, ସମ୍ପାଦକ, ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନ ଗ୍ରହଣ କରିଥିବା ପରୀକ୍ଷାର୍ଥୀ ମାନଙ୍କର ତାଲିକା ସଂଲଗ୍ନ – ‘କ’ ରେ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ନର୍ସିଙ୍ଗ ପାଠ୍ୟକ୍ରମ ର ଫଳାଫଳ ରାଜ୍ୟ DMET ତରଫରୁ ପ୍ରକାଶ ପାଇବ Iପରୀକ୍ଷାର୍ଥୀ ମାନେ OJEE website (www.ojee.nic.in) ରୁ ନିଜ ନିଜର Rank Card ପାଇପାରିବେ । ସଂଲଗ୍ନ – ‘କ’SL NO COURSE NAME OF THE CANDIDATE APPLICATION NO.1 B. PHARM. JATIN MEHER 25123010313712 LE-TECH. (Dip) GOURAB SWAIN 25123010023993 LE-TECH. (B.Sc.) SAKSHI KUMARI 25123010291844 LE-PHARM. SAGARIKA DASH 25123010124255 MBA ANURAG MISHRA 25123010423736 MCA / M.Sc. (Comp. Sc.) S SISEENDRI 25123010529087 INT. MBA ANSUMAN PATI 25123010276228 B. CAT in Cinematography and Sound Recording & Sound Design NEHA PRIYADARSHANI 25123010497019 B. CAT in Film Editing SANIDHYA NAYAK 251230106051210 M. PHARM HITESH KUMAR DHAL 251230102379411 M. ARCH ASMITA SUBUDHI 251230106076712 M. PLAN URMIKANT MANINANDAN SAHU 2512301003541M. TECHOverall, Topper in M.Tech among all Specializations MANMATHA BEHERA 2512301051542ସୌରଭ ପ୍ରଧାନ,ଲୋକ ସମ୍ପର୍କ ଅଧିକାରୀ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ l

Leave a Reply

Your email address will not be published. Required fields are marked *