ଭାପୁରଠାରେ ଅବକାରୀ ବିଭାଗ ପକ୍ଷରୁ ଜନ ସଚେତନତା
ଭାପୁରଠାରେ ଅବକାରୀ ବିଭାଗ ପକ୍ଷରୁ ଜନ ସଚେତନତା ।
ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ : ଭାପୁର ଗ୍ରାମ ନିକଟ ଦୋଳ ମଣ୍ଡପଠାରେ ବୁଧବାର ସକାଳ ୧୦ରେ ଢେ଼ଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଶାକ୍ତ ମାଦକ ଦ୍ରବ୍ୟ ବିରୋଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନ ସଚେତନତା ଉଦ୍ଦେଶ୍ୟରେ ପାଲା ମାଧ୍ୟମରେ ସଚେତନତା କରାଯାଉଛି । ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ସଚେତନତା ରଥ ବାହାରିଥିଲା ।ତାହା ପରଠାରୁ ଅବକାରୀ ବିଭାଗ ପକ୍ଷରୁ ଏହାର ଜନ ସଚେତନତା ଚାଲିଛି । ଆସନ୍ତା ୨୬ ଜୁନ୍ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ଢେ଼ଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସଚେତନତା କରୁଥିବା ଦେଖିବାକୁ ମିଳିଛି ।
