ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧକରି କନ୍ଧମାଳ କଂଗ୍ରେସ କମିଟିର ସାମ୍ବାଦିକ ସମ୍ବିଳନୀ
ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧକରି କନ୍ଧମାଳ କଂଗ୍ରେସ କମିଟିର ସାମ୍ବାଦିକ ସମ୍ବିଳନୀ ।
କନ୍ଧମାଳ ତା ୧୦/୦୬/୨୦୨୫ ଫୁଲବାଣୀ ବିଗତ ଶନିବାର ୦୭. ୦୬. ୨୦୨୫ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କନ୍ଧମାଳ ଗସ୍ତରେ ଆସି ପୂର୍ଵ ସରକାରରେ ନିର୍ମିତ ହୋଇଥିବା ମେଡିକାଲ କଲେଜ ଉଦଘାଟନ କରିଥିଲେ । କିନ୍ତୁ କନ୍ଧମାଳ କଂଗ୍ରେସ କମିଟିର ଟାଣୁଆ ନେତା ମଜଦୁର ସଙ୍ଘର ଜିଲ୍ଲା ସଭାପତି ଘନ ଶବର , ଉପ ସଭାପତି ମିଲନ ନାୟକ, ପୂର୍ବତନ କୃଷକ ସେଲର ରାଜ୍ୟ ଉପ ସଭାପତି ହେମନ୍ତ କର, ନଗର ସଭାପତି ଶିବଶଙ୍କର ବେହେରା, ବରିଷ୍ଠ ନେତା ସଂସାର ଭୋଇ ଏମିତି ଅନେକ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କ ଳ। ପତାକା ଦେଖେଇବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନା ଆଧିକାରୀ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲେ । ଏହାର ପ୍ରତିବାଦରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା , ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିଜର ବର୍ଷକର ରିପୋର୍ଟ କାର୍ଡ ପ୍ରସ୍ତୁତ ପାଇଁ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଉଦ୍ଘାଟନ କରିଛନ୍ତି। ଏଠାରେ କବେ ଠାରୁ ଶିକ୍ଷାଦନ ଏବଂ ଚିକିତ୍ସା ଆରମ୍ଭ ହେବ ସେନେଇ କୋଣସି ସ୍ପଟ ନକରି ଜିଲ୍ଲା ବାସିକୁ ଅନ୍ଧକାରରେ ରେ ରଖାଯାଇଛି। ଏପରିକି? ମେଡିକାଲ କଲେଜରେ ପ୍ରଫେସର, ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ସେ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ କରାଯାଇ ନାହିଁ । ଯେଉଁ ଉଦ୍ଦେଶ୍ୟ ନେଇ ପୂର୍ବ ସରକାର ଏହି ପ୍ରକଳ୍ପର ଚିନ୍ତା କରିଥିଲେ ତାହାକୁ ସଳର କରିବା ପରିବର୍ତ୍ତେ ବର୍ତ୍ତମାନର ସରକାର ବାହା ବାହା ନେଇଥିବା କହିଛନ୍ତି । ଜିଲ୍ଲା କଂଗ୍ରେସ କମିଟି ମହାବିଦ୍ୟାଳୟ ଭିତରକୁ ଯିବାପାଇଁ କାହାକୁ ଅନୁମତି ଦିଆଯାଈ ନାହିଁ I ମେଡିକାଲ କଲେଜ ଖୋଲିବା ନେଇ ମଧ୍ୟ ଜିଲ୍ଲାରେ କୌଣସି ପ୍ରଚାର ପ୍ରସାର କରାନଯିବାରୁ ଜିଲ୍ଲାବାସୀ ଏସମ୍ପର୍କରେ ଅଜ୍ଞ ଅଛନ୍ତି । ମେଡିକାଲ କଲେଜ ଓପିଡି ଖୋଲି ଚିକିତ୍ସା ଆରମ୍ଭ ନକଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କହିଛତି ଶ୍ରୀଯୁକ୍ତ ପରିଡ଼ା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ମିଡ଼ିଆ ସେଲ ସଭାପତି ବସନ୍ତ ପାଢୀ , ଜିଲ୍ଲା ଉପ ସଭାପତି ରଜତ ମହାନ୍ତି, ସରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
