ଗୋ ଚାଲାଣରୁ ରକ୍ତପାତ ମାମଲା ଦୁଇ ମୁଖ୍ୟ ଅଭିଯୁକ୍ତ

ଗୋ ଚାଲାଣରୁ ରକ୍ତପାତ ମାମଲା ଦୁଇ ମୁଖ୍ୟ ଅଭିଯୁକ୍ତ, ୧୨ ସହାୟକ ଗିରଫ
ଭଦ୍ରକ :- ଗତ ୩୦ ତାରିଖରେ ଗୋ ଚାଲାଣରୁ ସଂଘର୍ଷ ଓ ରକ୍ତପାତ ହୋଇଥିଲା। ସଂଖ୍ୟାଲଘୁ ଲୋକଙ୍କୁ ବୁଝାଇବା ପାଇଁ ମଧ୍ୟସ୍ଥି କରିବାକୁ ଯାଉଥିବା କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୫୦ ରୁ ଅଧୁକ ଭିନ୍ନଗୋଷ୍ଠୀର ଗୋ ମାଫିଆଙ୍କ ସମର୍ଥକ ମରଣାନ୍ତକ ଆକ୍ରମଣ, କରି ଫେରାର ହୋଇ ଯାଇଥିଲେ। ଏବେ ମଧ୍ୟ ଭୁବନେଶ୍ଵର ଠାରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏସପି ଭାବେ ମନୋଜ ରାଉତ ଯୋଗ ଦେବା ପରେ ଅଭିଯୁକ୍ତମାନଙ୍କୁ ଧରିବାକୁ ନୂଆ ଟିମ୍ ଗଠନ କରିଥିଲେ। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ପ୍ରଥମ ଦଫାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସେକ୍ ମୁଜାଫର, ସେକ୍ କାଦିର, ଦ୍ଵିତୀୟ ଦଫାରେ ସେକ୍ ସମ୍‌ସୁଦ୍ଦିନ୍, ମଞ୍ଜୁର ଅଲ୍ଲୀ ଖାଁ, ତୃତୀୟ ଦଫାରେ ସେକ୍ ପରୱାନ, ସେକ୍ କୌଶର ଗିରଫ ହୋଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଗୁଜିଦରଡ଼ାରୁ ଫେରାର ହୋଇଯାଇ ବାହାର ଜିଲ୍ଲା ଓ ବାହାର ରାଜ୍ୟରେ ରହିଥିଲେ। ସୋମବାର ରାତିରେ କଟକ ନିଶ୍ଚିନ୍ତକୋଇଲିର ଏକ ବସ୍ତି ଉପରେ ଚଢ଼ଉ କରି ଏହି ପୁଲିସ ଟିମ ମୁଖ୍ୟଅଭିଯୁକ୍ତ ଗୁଜିଦରଡ଼ାର ସେକ୍ ସଦ୍ଦାମ ହୁସେନ ଓ ବାହାର ରାଜ୍ୟରୁ କଶିମୁଦ୍ଦିନ୍ ଖାନ୍‌ଙ୍କୁ ଗିରଫ କରିଛି। ସେହପରି ଏହି ଅଭିଯୁକ୍ତମାନଙ୍କୁ ଘରେ ରଖି ଖସାଇଦେବାରେ ସହାୟତା କରିଥିବା ନିଶ୍ଚିନ୍ତକୋଇଲି ବସ୍ତିର ସେକ୍ ସଇପୁର ରହମାନ ଏବଂ ସେକ୍ ସୁଜିଲଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।ଆଉ ଦୁଇ ଜଣ ଙ୍କୁ ସୋରୋ ରୁ ଧରି ଥିବାର ଖବର ମିଳିଛି ୧୩ ଦିନ ପରେ ଆଜି ସନ୍ତୋଷ ପରିଡା ଭୁବନେଶ୍ଵର ଏକ ହସ୍ପିଟାଲ ରେ ମୃତ୍ୟୁ ଘୋଷିତ କରାଯାଇଛି,। ଆଜି ଭଦ୍ରକର ଯଶୋଦା ହୋଟେଲ ରେ ଏକ ସାମ୍ୱାଦିକ ସମ୍ମୀଳନୀରେ ବିଶ୍ବ ହିନ୍ଦୁ ପରିଷଦର ସଂପାଦକ ବସନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *