ନୟାଗଡ ଜିଲ୍ଲା ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଓ ରଥ ର ଶୁଭାରମ୍ଭ

ନୟାଗଡ ଜିଲ୍ଲା ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଓ ରଥ ର ଶୁଭାରମ୍ଭ

ଆଜି ତା ୧୨.୦୬.୨୦୨୫ ରିଖ ରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟାଳୟ ଠାରୁ ଉଦଘାଟନ କରାଯାଇଅଛି । ଏହି ସଚେତନତା ରଥଟିକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳ।ନନ୍ଦ ମଲ୍ଲିକ, ପ୍ରାଣୀ ଓ ପଶୁସମ୍ପଦ ବିଭାଗ, ଓଡ଼ିଶା ସରକାର, ବିଧାୟକ ଖଣ୍ଡପଡା ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ଜିଲ୍ଲାପାଳ ନୟାଗଡ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ, ସଭାପତି ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ସହିତ ଜିଲା ଶ୍ରମ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ରାଉତ, ସହ ଶ୍ରମ ଅଧିକାରୀ ଶ୍ରୀ ଅବଦୁଲ କାଦିର ଖାନ, ଶ୍ରୀ ଜ୍ଞାନରଞ୍ଜନ ସାହୁ , ସୁଶ୍ରୀ ପୂଜାରିନ ସାମଲ ଓ ସୁଶ୍ରୀ ମୋନିକା ସେଠ ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ l ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଜିଲ୍ଲା ର ସମସ୍ତ ବ୍ଲକ, ଏନ ଏ ସି , ବାଣିଜ୍ୟ ସଂସ୍ଥା ଓ ଜନ ବହୁଳ ସ୍ଥାନ ଗୁଡିକରେ ସଚତନତା ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ସେଥିପ୍ରତି ସଚେତନତା ସୃଷ୍ଟି କରାଇବାରେ ସହାୟକ ହେବ । ଏଥି ସହିତ ଏକ ଶିଶୁ ଶ୍ରମିକ ନିରାକରଣ ପଦଯାତ୍ରା ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ନୟାଗଡ ପୌରପାଳିକା ପରିଭ୍ରମଣ କରିଥିଲେ, ଏଥିରେ ଶିଶୁ ମାନନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନ ରେ ଦଣ୍ଡବିଧାନ ନିମିତ ସାଧାରଣ ଜନମାନସରେ ସଚେତନତା କରାଯାଇଥିଲା I

ଏହା ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକରେ ମାନ୍ୟବର ମନ୍ତ୍ରୀ, ଗୋକୁଳାନନ୍ଦ ମଲ୍ଲିକ,ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଜିଲ୍ଲାପାଳ, ଅକ୍ଷୟ ସୁନୀଲ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ, ରୋଜିନା ଦାସ ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସୁଶାନ୍ତ କୁମାର ଦାସ ଙ୍କ ଉପସ୍ଥିତି ରେ ୭୦ ବର୍ଷରୁ ଉର୍ଦ୍ଧ ୧୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଵୟୋବନ୍ଦନ କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ସ୍ୱ।ଗତ ଭାଷଣ ରଖିଥିଲେ ।ଜିଲ୍ଲା ଏବଂ ସରକାରଙ୍କର ଏହି ସୁବିଧା ବିଷୟରେ ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ ଅବଗତ କରାଇଥିଲେ I ଶେଷରେ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *