ବିକାଶ ମେଳା ବିକଶିତ ଓଡ଼ିଶା -୨୦୩୬
ବିକାଶ ମେଳା ବିକଶିତ ଓଡ଼ିଶା -୨୦୩୬
୧୨.୦୬.୨୦୨୫
ନୟାଗଡ଼
ଆଜି ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ରେ ବିକଶିତ ମେଳାର ଉଦଘାଟନ ସମାରୋହ ସଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି, ସୁରମା ପାଢୀ ଯୋଗଦେଇଥିଲେ ।ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ,
ଯୋଗଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଅଭ୍ୟର୍ଥନା କରାଯାଇଥିଲା
ପରେ ପରେ “ଵନ୍ଦେ ଉତ୍କଳ ଜନନୀ ସଙ୍ଗୀତ ର
ରେକର୍ଡିଙ୍ଗ ପରିବେଷଣ କରାଯାଇଥିଲା ।
ସମ୍ମାନୀୟ ଜିଲ୍ଲାପାଳ ସ୍ୱ।ଗତ ଭାଷଣ ରେ ସରକାରଙ୍କ ବିଭିନ୍ନ ଯୋଜନାର କିପରି ଜନସାଧାରଣ ଙ୍କ ପାଖରେ ପହଞ୍ଚି ପାରିବ , ସେ ବିଷୟରେ କହିଥିଲେ । ବିକାଶ ଵାହାନର ଶୁଭାରମ୍ଭ କରାଯାଇ ନୟାଗଡ଼ ଜିଲ୍ଲାର ଘରେ ଘରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ସରକାରଙ୍କର
ଏହି ପ୍ରୟାସ କୁ ସାକାର କରାଯାଇଛି । ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଙ୍କ ଆଦେଶ କ୍ରମେ ବିକାଶ ମେଳାର ୭ ଦିନ ମାନଙ୍କରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଯୋଜନା କିପରି ଜନସାଧାରଣ ଙ୍କ ପାଖରେ ପହଞ୍ଚାଯାଇ ପାରିବ ଏହା ଏକ ପ୍ରୟାସ ।
ସେହିପରି ମାନ୍ୟବର ବିଧାୟକ ଜିଲ୍ଲାକୁ ଏକ ସର୍ବଶ୍ରେଷ୍ଠ ଜିଲ୍ଲାଭାବେ ପରିଗଣିତ କରିବା ପାଇଁ ପ୍ରୟାସ ଜାରି ରଖିବା କୁ ଆଶା ଅଭିବ୍ୟକ୍ତି ରଖିଥିଲେ ।
ଆରକ୍ଷୀ ଅଧିକ୍ଷକ , ନୟାଗଡ଼ ଏସ ସୁଶ୍ରୀ ତାଙ୍କ ବକ୍ତବ୍ୟରେ ଅନୁରୂପ ଭାଷଣ ରଖିଥିଲେ ।
ମାନ୍ୟବର ବାଚସ୍ପତି ଅଭିଭାଷଣ ରେ କହିଥିଲେ ଜନସାଧାରଣ ଙ୍କ ପାଇଁ ସରକାର କେଉଁ କାର୍ଯ୍ୟ କରିଛନ୍ତି କେଉଁ କାର୍ଯ୍ୟ ଆଗକୁ ପୁରଣ କରିବାକୁ ହେବ , ସେଥିପାଇଁ ଏହି ବିକାଶ ମେଳା। ଅଭିଯୋଗ ଉପରେ ନିରାକରଣ ର ସମୀକ୍ଷା କରିବା ପ୍ରକ୍ରିୟା ଜାରି ରହିଛି । ବ୍ୟକ୍ତିର ଆୟ ବୃଦ୍ଧି ରେ ବିକାଶ ସମ୍ଭବ ।ମା, ଭଉଣୀ ଙ୍କ ବିକାଶରେ ଆମ ଜିଲ୍ଲା ର ବିକାଶ ସମ୍ଭବ । ଜିଲ୍ଲାର ଉତ୍କର୍ଷତା ରେ ସମସ୍ତଙ୍କ ସହଭାଗିତାର ଆବଶ୍ୟକ ବିକଶିତ ଓଡ଼ିଶା ନିମନ୍ତେ ସ୍ବାସ୍ଥ୍ୟ, ପୁଷ୍ଟି,ଓଶିକ୍ଷା ଉପରେ ଆମନ୍ତ୍ରିତ ବିଶେଷଜ୍ଞ ଙ୍କ ଦ୍ବାରା ଅଭିଭାଷଣ ରଖାଯାଇଥିଲା ।
ସ୍ବାସ୍ଥ୍ୟ କ୍ଷେତ୍ରରେ ଡଃ ଅଭିସାର ପଣ୍ଡା, ଅଧିକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନୂଆ ଓଡ଼ିଆ ସାହି,
ଶିକ୍ଷା କ୍ଷେତ୍ରରେ
ଗୀତାଞ୍ଜଳି ସାହୁ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନୟାଗଡ଼,
ସେହିପରି ପୁଷ୍ଟି ଉପରେ ସନ୍ତୋଷିନୀ ପାଣି ,ଆଇସିଡିଏସ ସୁପରଭାଇଜର ଅଭିଭାଷଣ ରଖିଥିଲେ ।
ମାନ୍ୟଗଣ୍ୟ ବ୍ୟକ୍ତିଙ୍କଦ୍ୱ।ରା
ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏବଂ ସ୍ବାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ, ନୟାଗଡ଼ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।
