ଓଡ଼ିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ବିରୋଧ

ରାଜ୍ୟ ସରକାର ଗାଡି ଯାଞ୍ଚ ପ୍ରକ୍ରିୟା ପୋଲିସ ବିଭାଗକୁ ହସ୍ତାନ୍ତର କରିବାକୁ ଯାଉଥିବା ବେଳେ ଏହାକୁ ଓଡ଼ିଶା ମୋଟର ଚାଳକ ସଙ୍ଘ ବିରୋଧ କରିଛି । ଏନେଇ ଜଗତସିଂହପୁର ସ୍ଥିତ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଡ୍ରାଇଭର ସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୁ ବିରୋଧ କରିବା ସହିତ ପୋଲିସ ବିଭାଗକୁ ଗାଡି ଯାଞ୍ଚ ପ୍ରକ୍ରିୟା ଦିଆଗଲେ ପୋଲିସ ବିଭାଗ ମନମୁଖୀ କାର୍ଯ୍ୟ କରିବା ସହିତ ଅଯଥା ଗାଡି ଚାଳକ ମାନଙ୍କୁ ରାସ୍ତା ରେ ଡିଟେନ କରାଇବେ । ଯାହା ଫଳରେ ଚାଳକ ମାନେ ପୋଲିସ କୁ ଲାଞ୍ଚ ଦେବାକୁ ବାଧ୍ୟ ହେବେ । ତେବେ ପରିବହନ ବିଭାଗ ପକ୍ଷରୁ RTO ଓ MVI ଥିବା ବେଳେ ପୋଲିସ ବିଭାଗକୁ ଗାଡି ଯାଞ୍ଚ ପ୍ରକ୍ରିୟା ହସ୍ତାନ୍ତର କରା ନ ଯିବାକୁ ଓଡ଼ିଶା ମୋଟର ଚାଳକ ସଙ୍ଘ ଦାବି କରିଛି । ତେବେ ଯଦି ରାଜ୍ୟ ସରକାର ଏହାକୁ ନ ମାନି ପୋଲିସ ବିଭାଗକୁ ଦାୟିତ୍ୱ ପ୍ରଦାନ କରନ୍ତି ତେବେ ଆଗାମୀ ଦିନରେ ଓଡ଼ିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *