ଗୋପ ବ୍ଲକ ମୁଖ୍ୟ ଫାଟକରେ ଅଧ୍ୟକ୍ଷା ପକାଇଲେ ତାଲା

ଗୋପ ବ୍ଲକ ମୁଖ୍ୟ ଫାଟକରେ ଅଧ୍ୟକ୍ଷା ପକାଇଲେ ତାଲା ଗଲାବାଟ ଦେଇଗଲେ ବିଡ଼ିଓ l ( ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ଅଧକ୍ଷାଙ୍କ ତାଗିଦ )
ଗୋପ :- 12/06/2025 ( ) ମହାନ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ହୋଇଥିବା ଲୋକାଭିମୁଖୀ ଯୋଜନା କୁ ସଠିକ ରୂପେ କାର୍ଯ୍ୟକାରୀ କରିବାରେ ପାଇଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜିତ l ଦୁଃଖ ଓ ପରିତାପର ବିଷୟ ଟି ହେଉଛି ପୁରୀ ଜିଲ୍ଲାର ବ୍ଲକ ପ୍ରଶାସନିକ କ୍ଷେତ୍ରରେ ସଂପୂର୍ଣ୍ଣ ଅବହେଳିତ l ଗତ ଏକ ବର୍ଷ ହୋଇଯିବ ଗୋପ ବ୍ଲକ ରେ କୌଣସି ଯୋଜନା ବା ଦିବସ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ l ଉକ୍ତ ବ୍ଲକ ର ବିଡ଼ିଓ ଅଧିକାଂଶ ସମୟରେ ଅନୁପସ୍ଥିତ ସହିତ କାର୍ଯ୍ୟାଳୟ କୁ ବିଳମ୍ବରେ ଆସୁଛନ୍ତି l ଯାହାଫଳରେ କୀ ତଳ କର୍ମଚାରୀ ଙ୍କୁ କଙ୍କଡା କୁ ଗୋଳି ପାଣି ସଦୃଶ l 12 ତାରିଖ ଗୁରୁବାର କୁ ଓଡିଶା ରେ ବିଜେପି ଶାସନ ର ଏକ ବର୍ଷ ପୂର୍ତ୍ତି ପାଳିତ ହେଉଛି l ସେଥିପାଇଁ ସମସ୍ତ ବ୍ଲକ ରେ ବିଭିର୍ଣ୍ଣ କାର୍ଯ୍ୟକ୍ରମ କରିବାକୁ ସରକାରଙ୍କ ନିର୍ଦେଶ ଥିବା ସତ୍ତ୍ୱେ ଗୋପ ବ୍ଲକ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି

l ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସକାଳୁଆ ଖୋଲିବା ପାଇଁ ନିର୍ଦେଶ ଥିବା ସତ୍ତ୍ୱେ ଗୋପ ବ୍ଲକ ରେ ବାବୁ ବାବୁଆଣୀ ଆସନ୍ତି ବିଳମ୍ବରେ l ପୂର୍ବରୁ ଉକ୍ତ ବ୍ଲକ ର ଅଧିକାଂଶ ବିଭଗ ର ଅଧିକାରୀ ଓ ଅଧିକାରିଣୀ ନିୟମିତ ବିଳମ୍ବରେ କାର୍ଯ୍ୟାଳୟ କୁ ଆସିବାର ନଜିର ରହିଛି l ତାହା ମଧ୍ୟ ସୋସିଆଲ ମିଡ଼ିଆ ଠାରୁ ବିଭିର୍ଣ୍ଣ ଗଣମାଧ୍ୟମ ରେ ପ୍ରସାରଣ ହୋଇସାରିଛି l ଯେହେତୁ ଆଜି ହେଉଛି ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ପାଳିତ ପାଇଁ ବିଭିର୍ଣ୍ଣ କାର୍ଯ୍ୟକ୍ରମ ଥିବା ସତ୍ତ୍ୱେ କାହିଁକି କାର୍ଯ୍ୟାଳୟ କୁ ବିଳମ୍ବରେ ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ଝୁନୁ ମଲ୍ଲିକ l ଆଜି ପୁଣି ରାଜ୍ୟ ସରକାର ଙ୍କ ଏକ ବିକାଶ ରଥ ପରିକ୍ରମା ହେବାର ଥିଲା l ସେଥିପାଇଁ ଗୋପ ବ୍ଲକ ଅଧକ୍ଷା ଶ୍ରୀମତୀ ମଲ୍ଲିକ ବ୍ଲକ ର ମୁଖ୍ୟ ଫାଟକ ରେ ତାଲା ପକାଇଲେ l ଯାହାଫଳରେ କୀ ବିଡ଼ିଓ ଙ୍କ ଠାରୁ ଅନ୍ୟାନ୍ୟ କର୍ମଚାରୀମାନେ ପଛପଟ ରେ ଥିବା ଏକ ଗଲା ବାଟ ଦେଇ କାର୍ଯ୍ୟାଳୟ କୁ ପ୍ରବେଶ କରିଥିଲେ l ଯେଉଁମାନେ ସାମ୍ନାରେ ପଡିଛନ୍ତି ସେମାନଙ୍କୁ ତାଗିଦ କରିବା କାରଣ ପଚାରିଥଲେ l ଏଠାରେ କାର୍ଯ୍ୟରତ ବିଡ଼ିଓ ଛବିରାଣୀ ସାହୁ ଆଜି ଦିନ 9 ଟା ସମୟରେ ବିକାଶ ରଥ ପରିକ୍ରମା କରାଯିବ l କିନ୍ତୁ ବିଡିଓ ମାଡାମ ସୂଚିତ କରୁଛନ୍ତି କିଛି ନିଦ୍ଧିଷ୍ଟ ଗଣମାଧ୍ୟମର ପ୍ରତିନିଧି ଙ୍କୁ 8ଟା 27 ମିନିଟ ରେ l ଏଥିରୁ ସ୍ପଷ୍ଟ ଜଣାପଡୁଛି ଗୋପ ବ୍ଲକ ବିଡ଼ିଓ ମାଡାମ ସରକାର ଙ୍କ ଯୋଜନା ପ୍ରତି କେତେ ଯତ୍ନବାନ ? ଏଥିନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ଖୋଦ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ଥିବା ସରକାରୀ କର୍ମଚାରୀମାନେ ସଠିକ ସମୟରେ କାର୍ଯ୍ୟାଳୟ କୁ ଆସୁନାହାନ୍ତି କାହିଁକି ?

Leave a Reply

Your email address will not be published. Required fields are marked *