ଧରିତ୍ରୀ” ଚଳଚ୍ଚିତ୍ର ପ୍ରଦର୍ଶିତ

ଭୁବନେଶ୍ୱର ଜୁନ୍‌ ୧୩, ୨୦୨୫ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ହେଉଥିବା ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର ଆଜି ଦ୍ଵିତୀୟ ସନ୍ଧ୍ୟାରେ “ଧରିତ୍ରୀ” ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଧୀରେନ୍ଦ୍ର ନାଥ ବିଶ୍ୱାଳଙ୍କ ଦ୍ୱାରା ପ୍ରଯୋଜିତ ଏବଂ ନିତାଇ ପାଲିତ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କ୍ଲାସିକ ଓଡ଼ିଆ ସିନେମାକୁ ଦର୍ଶକମାନେ ବେଶ ଉପଭୋଗ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଉପସ୍ଥିତ ଥିଲେ।ପ୍ରକାଶଯୋଗ୍ୟ ଯେ, ଜୁନ୍‌ ୧୨ ତାରିଖରୁ ଜୁନ୍‌ ୧୯ ତାରିଖ ପର୍ଯ୍ୟନ୍ତ ଜୟଦେବ ଭବନ ଠାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

Leave a Reply

Your email address will not be published. Required fields are marked *