ଆନ୍ତର୍ଜାତୀୟ ଯୋଗ ଦିବସ
ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଙ୍କ ଉପସ୍ଥିତି ରେ ସ୍ଥାନୀୟ ଇଣ୍ଡୋର୍ ଷ୍ଟାଡିୟମ୍,
ବ।ଗୁରାଇ ଠାରେ ଅନୁଷ୍ଟିତ ହୋଇଯାଇଅଛି। ଏଥିରେ ଜିଲ୍ଲାପାଳ ଦିଲିପ୍ ରାଉତରାଏ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ସରୋଜ ଦତ୍ତ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ୟାମଳ ରାୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ, ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, କମାଣ୍ଡର NCC ସୁଧିପ ସାହୁ,କ୍ରୀଡା ବିଭାଗ ର OSD ରମେଶ ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ, ଯୋଗ ଶିକ୍ଷକ, ବରିଷ୍ଟ ନାଗରିକ ସଙ୍ଘ ର କର୍ମକର୍ତ୍ତା, ରୋଟାରୀ ମିଡ ଟାଉନ୍, ବିଭିନ୍ନ କଲେଜ ଓ ସ୍କୁଲ ର ପିଲା, ବୁଦ୍ଧିଜୀବି ମାନେ ବହୁ ସଂଖ୍ୟା ରେ ଭାଗ ନେଇଥିଲେ। ଯୋଗ କୁ ଦୈନନ୍ଦିନ ଜୀବନ ରେ ସାମିଲ୍ କରି ନିରୋଗ ଓ ସୁସ୍ଥ କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ।
