ରଥଯାତ୍ରା ପାଇଁ ଓକିଲ ସଂଘର ପ୍ରଥପାନ୍ତ ସେବା

ରଥଯାତ୍ରା ପାଇଁ ଓକିଲ ସଂଘର ପ୍ରଥପାନ୍ତ ସେବା
ଭୁବନେଶ୍ୱର,୨୭/୬() : ରଥଯାତ୍ରା ଉପଲକ୍ଷେ ଟଙ୍କପାଣି ସାଇ ମନ୍ଦିରଠାରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରଥପାନ୍ତ ସେବା ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ହଜାର ହଜାର ପାଣି ବୋତଲ ସହ ଦହି ପଣା, ଚାହା, ବିସ୍କୁଟ ଆଦି ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ବଂଟନ କରାଯାଇଥିଲା । ଏହାକୁ ପୁଲିସ କମିସର ସଞ୍ଜିବ ପଣ୍ଡା ଉଦ୍‌ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ମେହାନ ଦ୍ୱିବେଦୀ, ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଆତ୍ମ ପ୍ରକାଶ ମହାନ୍ତି, ଶିବା ନନ୍ଦ ରାୟ, ସମାଜସେବୀ ପ୍ରତାପ ଜେନା ପ୍ରମୁଖ ଯୋଗଦେଇ ଉତ୍ସାହିତ କରିଥିଲେ। ଏଥିରେ ଅଧ୍ୟକ୍ଷତା କରିଥିଲେ ଓକିଲ ସଙ୍ଘର ସଭାପତି ଅଶୋକ କୁମାର ପାତ୍ର। ଏଥିରେ ସମ୍ପାଦକ ସତ୍ୟ ରଞ୍ଜନ ସେନାପତି, ଉପସଭାପତି କବିନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ମହାନ୍ତି, ସହ ସମ୍ପାଦକ ରଶ୍ମୀ ରଞ୍ଜନ ମୁଖି, କୋଷାଧ୍ୟକ୍ଷ ଦିପ୍ତିପ୍ରସାଦ ନନ୍ଦ, କାର୍ଯକାରୀ କମିଟି ସଭ୍ୟ ଅକ୍ଷୟ କୁମାର ଦାସ, ଆଶୁତୋଷ ସାସମଲ, ଜିତେନ୍ଦ୍ର ଭଟ୍ଟାଚାର୍ଯ୍ୟ, ଓଁ ତତ୍ବବିତ୍‌, ପ୍ରଦୀପ କୁମାର ପାଲ, ସୁବତ୍ର ସେନାପତି, ହରପ୍ରିୟା ପ୍ରଧାନ, ରଞ୍ଜିତା ଦାସ ସମେତ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *