କୋରେଇ ବିଜେପିର ମିଶ୍ରଣ ପର୍ବ ଆକାଶଙ୍କୁ ଭରଷା କରି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀ
କୁଆଖିଆ, ୨୮/୦୬: ସାଧାରଣ ନିର୍ବାଚନ ପରେ ଶାସକ ବିଜେପିର ଏକ ବର୍ଷର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟ ଦଳର ପଂଚାୟତ ପ୍ରତିନିଧି ଏବଂ କର୍ମୀ । ଗତ କିଛିଦିନ ହେବ ଅନେକ କର୍ମୀ ଏବଂ ପ୍ରତିନିଧି କେରେଇ ବିଜେପିରେ ସାମିଲ ହୋଇଥିବାବେଳେ ଆଜି କୋରେଇ ବିଜେପି ପକ୍ଷରୁ କୁଆଖିଆ ସ୍ଥିତ କିର୍ତୀ ପ୍ୟାଲେସ୍ ଠାରେ ଏକ ମିଶ୍ରଣ ପର୍ବ ମାନ୍ୟବର କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । କୋରେଇ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରସୁଲପୁର ବ୍ଲକ୍ ନରସିଂହପୁର ଗ୍ରାମପଂଚାୟତର ଆଗଧାଡିର ଶତାଧିକ କର୍ମୀ ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଓ ବିକଶିତ ଓଡିଶାର ସ୍ୱପ୍ନ ତଥା ମାନନୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ , ସ୍ୱଚ୍ଛ କାର୍ଯ୍ୟଶୈଳୀ, ସର୍ବପରି କୋରେଇର ବିଧାୟକ ଆକାଶ ଦାସନାୟକଙ୍କ ସ୍ୱଚ୍ଛ ନୀତି, ଆଦର୍ଶ ତଥା ବିକଶିତ କୋରେଇ ଗଠନ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ସମସ୍ତ ଆଗନ୍ତୁକ ନରସିଂହପୁର ପଂଚାୟତ ପ୍ରତିନିଧି ଓ କର୍ମୀଙ୍କୁ ବିଧାୟକ ବିଜେପି ଦଳକୁ ସ୍ୱାଗତ କରିବା ସହ ଦଳୀୟ ଟୋପି ଓ ଉତରୀୟ ପକାଇ ଭାରତୀୟ ଜନତା ପାର୍ଟିରେ ସାମିଲ କରାଇଥିଲେ । ବିଧାୟକ ଆକାଶ ଦାସନାୟକ ମିଶ୍ରଣ ପର୍ବ ପରେ କୋରେଇ ବିଜେପି ଆହୁରି ଅଧିକ ଶକ୍ତିଶାଳୀ ହେଲା ଏବଂ ନରସିଂହପୁର ପଂଚାୟତରେ ବିଜେପି ସ୍ଥିତି ସୁଦୃଢ ହେବା ସହ କୋରେଇ ବିକାଶ ପାଇଁ କରିଥିବା ସଂକଳ୍ପ ନିଶ୍ଚିନ୍ତ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର ମିଶ୍ରଣ ପର୍ବ ନରସିଂହପୁର ପଂଚାୟତ ବିଜେଡିକୁ ଶକ୍ତ ଝଟ୍କା ଦେଇଛି ବୋଲି ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ଆଜିର ଏହି ମିଶ୍ରଣ ପର୍ବ ନରସିଂହପୁର ଗ୍ରାମପଂଚାୟତର ବରିଷ୍ଠ ବିଜେପି ନେତା ସୁବାସ ନାୟକଙ୍କ ନେତୃତ୍ୱରେ ନଣ୍ଡା ମଲ୍ଲିକ, ୱାର୍ଡ ସଭ୍ୟ, ଚନ୍ଦନ ରଣା, ୱାର୍ଡ ସଭ୍ୟ, ବାସନ୍ତୀ ସାହୁ, ୱାର୍ଡ ସଭ୍ୟା, ଲକ୍ଷ୍ମୀଧର ଦାସ, ପୂର୍ବତନ ସୋସାଇଟି ସଭାପତି, ନିଲୋତପଳା ଦାସ, ବିଜେଡି ମହିଳା ସଭାପତି, ଗାୟତ୍ରୀ ସାହୁ, ବି.ଏଲ୍.ଏଫ୍. ସମ୍ପାଦକ, ସନ୍ତୋଷିନୀ ରାଉତ, ବିଜେଡି ସମିତି ସଭ୍ୟା ପ୍ରାର୍ଥୀ, ମଦନ ରାଉତ, ବିଜେଡି ସମିତି ସଭ୍ୟ ପ୍ରାର୍ଥୀ, ବିଜୟ ମହାନ୍ତି, ବରିଷ୍ଠ ବିଜେପି ନେତା, ହଳଧର ମହାନ୍ତି, ବରିଷ୍ଠ ବିଜେପି ନେତା, ଅରକ୍ଷିତ ସାହୁ, ବରିଷ୍ଠ ବିଜେପି ନେତା, ଦାମୋଦର ସାହୁ, ଆନନ୍ଦ ପ୍ରଧାନ, ସୁରେଶ କୁମାର ସାହୁ, ପ୍ରଫୁଲ୍ଲ ସାହୁ, ବସନ୍ତ ସାହୁ, ଦୈତାରୀ ସାହୁ, ଅଶୋକ ସାହୁ, ପ୍ରକାଶ ସାହୁ, ଭାସ୍କର ସାହୁ, ହେମନ୍ତ ସାହୁ, ମୋହନ ମହାପାତ୍ର, ରଞ୍ଜନ ସାହୁ, ଉଦୟ ମଲ୍ଲିକ, ପବିତ୍ର ମଲ୍ଲିକ, ଅରୁଣ ମଲ୍ଲିକ, ଶତ୍ରୁଘ୍ନ ସାହୁ, ମନୋଜ କୁମାର ରାଉତ, ନିଳାଦ୍ରୀ ଦାଶ, ରାଜୀବ ଲୋଚନ ଦାସ, ଯୋଗେନ୍ଦ୍ର ପରିଡା, ହୃଷିକେଶ କର, କାର୍ତିକ ମଲ୍ଲିକ, ପଦନ ମଲ୍ଲିକ, ପ୍ରଶାନ୍ତ କାପ୍, ହଳଧର ମହାନ୍ତି, ବିଜୟ କୁମାର ମହାନ୍ତି, ବିଦ୍ୟାଧର ବରାଳ, ଉପେନ୍ଦ୍ର ସାହୁ, ଅରକ୍ଷିତ ସାହୁ, ରାମନାଥ ମହାନ୍ତି, ସନ୍ତୋଷ କୁମାର ବରାଳ, ମଦନ ମୋହନ ରାଉତ, ଅଖିଳ ପାତ୍ର, ଉମେଶ ଚନ୍ଦ୍ର ବରାଳ, ଶ୍ରୀନାଥ ବରାଳ, ସନାତନ ବରାଳ, ସନିଆ ପାତ୍ର, ରାଜେଶ କୁମାର ମହାନ୍ତି, ରନ୍ଥା ବରାଳ, ପ୍ରଭାସ କୁମାର ସାହୁ, ନଣ୍ଡା କବି, ଶରତ ଚନ୍ଦ୍ର ନାୟକ, ପ୍ରଭାକର ନାୟକ, ସୁଲଭ ବିଶ୍ୱାଳ, ଅକ୍ଷୟ କୁମାର ଦେଓ, ଅରୁଆ ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ପୁରୁଷୋତମ ମଲ୍ଲିକ, କୁକିନା ମଲ୍ଲିକ, ରଘୁନାଥ ମଲ୍ଲିକ, କୃଷ୍ଣଚନ୍ଦ୍ର ମଲ୍ଲିକ, ସୁବାସ ମଲ୍ଲିକ, ବାବନ ମଲ୍ଲିକ, ସୁରେଶ ନାୟକ, ଟୁନୁ ମହାନ୍ତି, ଗୌରାଙ୍ଗ ମିଶ୍ର, ବଳରାମ ରାଉତ, କାର୍ତିକ ଚନ୍ଦ୍ର ବେହୁରିଆ, ଅଜୁ ଘଡାଇ, ଆର୍ତତ୍ରାଣ ସାହୁ, ଆଶିଷ କୁମାର ମହାନ୍ତି, ଅନନ୍ତ ନାୟକ, ଅମିତ ଜେନା, ଜିତେନ୍ଦ୍ର ସାହୁ, ଦିପକ ବେହେରା, ପବିତ୍ର ଦାସ, ବିଶ୍ୱଭୂଷଣ ଦାସ, ଯୀଶୁଖ୍ରୀଷ୍ଟ ଦାସ ପ୍ରମୁଖ ବିଜେଡି ଦଳ ଛାହି ବିଜେପିରେ ଯୋଗ ଦେଇଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ସଭାପତିତ୍ୱ କରିଥିଲେ ହିଙ୍ଗୁଳା ମଣ୍ଡଳ ସଭାପତି ବିନୋଦ ମହାରଣା ଏବଂ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ କାଳନ୍ଦୀ କଣ୍ଠ । ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ସୁବାସ ନାୟକଙ୍କ ନେତୃତ୍ୱରେ ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ଗୋପିନାଥ ପତି, ଶଶିଭୂଷଣ ସାହୁ, ନରୋତମ ସାହୁ, ଦୁଷ୍ମନ୍ତ ମଲ୍ଲିକ, ରଞ୍ଜନ ଦେଓ, ଅଦୈତ ରାଉତ, ଅତୁଲ୍ୟ ପ୍ରଧାନ, ସୁବାସ ନାୟକ, ବିନୋଦ ମହାରଣା, ଭାଗିରଥୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
