ରୋଗୀଙ୍କୁ ବୋହିକି ନେବାକୁ ପଡୁଛି ଏମକେସିଜି ମେଡିକାଲରେ
ରୋଗୀଙ୍କୁ ବୋହିକି ନେବାକୁ ପଡୁଛି ଏମକେସିଜି ମେଡିକାଲରେ
ବ୍ରହ୍ମପୁର, ତା.୨୮.୬.୨୦୨୫ରିଖ ଦକ୍ଷିଣ ଓଡ଼ିଶାବାସୀଙ୍କ ଏକ ମାତ୍ର ନିର୍ଭରଯୋଗ୍ୟ ହସ୍ପିଟାଲ ଏମକେସିଜି ମେଡିକାଲରେ ସବୁବେଳେ କୌଣସି ନା କୌଣସି ସମସ୍ୟା ନେଇ ଅଭିଯୋଗ ହେଉଥିବା ବେଳେ କିଛି କର୍ମଚାରୀଙ୍କ ଦାୟିତ୍ଵରେ ଅବହେଳା ଓ ପ୍ରଶାସନିକ ନିଷ୍କ୍ରିୟତା ପାଇଁ ଦୈନିକ ଶହ ଶହ ରୋଗୀ ନାନା ପ୍ରକାର ହଇରାଣ ହେଉଛନ୍ତି l ସୁଚନା ଯୋଗ୍ୟ ଯେ, କାଜୁଆଲିଟି ରୁ ରଞ୍ଜନ ରଶ୍ମି ବିଭାଗକୁ ରୋଗୀଙ୍କୁ ନେବା ପାଇଁ ବ୍ୟାଟେରୀ ଗାଡ଼ି ବ୍ୟବସ୍ଥା ଥିବା ସତ୍ତ୍ବେ ଡ୍ରାଇଭର ନ ଥିବାରୁ ଦୀର୍ଘ ସମୟ ପରେ ପୁଣି କାଜୁଆଲିଟି ମ୍ୟାନେଜର ସନ୍ତୋଷ ପଣ୍ଡାଙ୍କୁ ଫୋନ କରିବା ପରେ ଗାଡ଼ି ବାହାରିଥିଲା l ଚିନ୍ତାର ବିଷୟ ଏହିକି ଯେ, ପ୍ରତ୍ୟେକ ଦିନ ଏହି ଭଳି ଶହ ଶହ ସାଧାରଣ ନିରୀହ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ପ୍ରକାଶ ଯୋଗ୍ୟ ଯେ, କିଛି ଘୋରୋଇ ଅଟୋ ମଧ୍ୟ ରୋଗୀଙ୍କ ଏ ପ୍ରକାର ସମସ୍ୟାର ସୁଯୋଗ ନେଇ ରୋଗୀ ବୋହିବା ପାଇଁ ନିଜ ନିଜ ବେପାର ଜମାଇଛନ୍ତି l ରଞ୍ଜନ ରଶ୍ମୀ ବିଭାଗରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଷ୍ଟେଚର୍ ର ଆବଶ୍ୟକତା ପଡ଼ିଥାଏ, କିନ୍ତୁ କାଚ ରୁମ୍ ମଧରେ ଷ୍ଟେଚର୍ ରଖାଯାଇଥିଲେ ବି କେହି କର୍ମଚାରୀ ରୋଗୀଙ୍କୁ ଷ୍ଟେଚର ଦେଉନାହାନ୍ତି କି ନିଜେ ଆସୁନାହାନ୍ତି ଯାହାଫଳରେ ରୋଗୀଙ୍କ ସମ୍ପର୍କୀୟ ମାନେ ରୋଗୀଙ୍କୁ ବୋହି ବୋହି ନାନା ପରୀକ୍ଷା କରୁଛନ୍ତି l ଏ ପ୍ରକାର ଅବ୍ୟବସ୍ଥା ପ୍ରତିଦିନ ରୋଗୀ ସମ୍ମୁଖୀନ ହେଉଥିଲେ ବି ମେଡିକାଲ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ନ ଦେବା ଆଶ୍ଚର୍ଯ୍ୟ ମନେ ହେଉଛି l ଦକ୍ଷିଣ ଓଡିଶାର ଏକ ମାତ୍ର ପ୍ରମୁଖ ବ୍ରହ୍ମପୁର ବଡ ମେଡିକାଲରେ ରୋଗୀଙ୍କୁ ଏହିଭଳି ପ୍ରତିକ୍ଷେତ୍ରରେ ହଇରାଣ କରି ଘରୋଇ ହସ୍ପିଟାଲକୁ ଅତ୍ୟନ୍ତ ସୁନିୟୋଜିତ ଭାବେ ରୋଗି ଚାଲାଣ ଚାଲୁଥିବା ସମାଜସେବୀ ମନୋଜ ତରାଇ ଆଭିଯୋଗ କରିଛନ୍ତି l
