ଅଧ୍ୟାପିକା ଡ .ସୋନାଲି ସାହୁ ଙ୍କ ନାମ ଜାତୀୟ ଦସ୍ତାବିଜ୍ ରେ ସାମିଲ , ବିଭିନ୍ନ ମହଲରୁ ଶୁଭେଛା

ବ୍ରହ୍ମପୁର ୧/୭ ନିଜର ଅନନ୍ୟ ସାହିତ୍ୟ କୃତି ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିବା ବରିଷ୍ଠ କବି ଡ. ଫନୀ ମହାନ୍ତି ଙ୍କ ଅନ୍ୟତମ କାବ୍ୟଖଣ୍ଡ “ଅହଲ୍ୟା” ର ଶ୍ରେଷ୍ଠ ଇଂରାଜୀ ଅନୁବାଦ ନିମନ୍ତେ ଅଧ୍ୟାପିକା ଡ ସୋନାଲି ସାହୁଙ୍କ ନାମ (ନ୍ୟାସନାଲ ବୁକ୍ସ ଅଫ୍ ରେକର୍ଡସ୍ ) ଜାତୀୟ ଦସ୍ତାବିଜରେ ସ୍ଥାନିତ ହୋଇଛି। ଏହା ସହ ସେ ଭାରତ ବିଭୂଷଣ ପୁରସ୍କାର ସମ୍ବର୍ଦ୍ଧିତ ହେବା ଯୋଗୁଁ ବ୍ରହ୍ମପୁର ଅଞ୍ଚଳ ବାସୀଙ୍କ ପାଇଁ ଖୁସିର ଲହରୀ ଆଣି ଦେଇଛି । ସୂଚନା ଯୋଗ୍ୟ ଡ ସୋନାଲି ଏହା ପୂର୍ବରୁ ବହୁ ପୁସ୍ତକ ଅନୁବାଦ କରି ସୁନାମ ଅର୍ଜନ କରିବା ସହ ବହୁ ସମ୍ମାନ ହାସଲ କରିଛନ୍ତି । ସେ ଜ୍ଞାନ ବିକାଶ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗରେ ଅଧ୍ୟାପିକା ଭାବେ ଶିକ୍ଷା ପ୍ରଦାନ କରୁଥିବା ବେଳେ ଜଣେ ଭଲ ସଂଯୋଜିକା ଭାବେ ମଧ୍ୟ ସଭିଙ୍କ ମନକୁ ଜିଣି ପାରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟକୁଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏବଂ ଓଡ଼ିଆ ଭାଷା ସାହିତ୍ୟ ର ଗାରିମା ବୃଦ୍ଧି କରିବା ଲକ୍ଷ ନେଇ ସେ ଏପରି ବହୁ ପୁସ୍ତକ ଅନୁବାଦ କରିଛନ୍ତି । ଏଥି ଲାଗି ତାଙ୍କ ସ୍ଵାମୀ ଲକ୍ଷ୍ମୀକାନ୍ତ ଦାସ ଓ କନ୍ୟା ପ୍ରିୟ ଦର୍ଶିନୀ ଦାସ ତାଙ୍କୁ ଉତ୍ସାହିତ କରି ଆସୁଥିବା ସେ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ସେ ଆହୁରି ବହୁ ଉଚ୍ଚ କୋଟିର ପୁସ୍ତକ ରଚନା କରିବା ଲକ୍ଷ ରହିଛି ।

Leave a Reply

Your email address will not be published. Required fields are marked *