କବି ନିଜ ପାଇଁ ବଞ୍ଚେ ନାହିଁ
ଆଜି ପବିତ୍ର ହେରାପଞ୍ଚମୀ ଅପରାହ୍ନ ୪ଟା ସମୟରେ ଶରଧାବାଲି ନିକଟ ଶାଶ୍ୱତୀ ସ୍କୁଲ୍ ଅଫ୍ ନର୍ସିଂ ସଭାଗୃହରେ ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତିର ୨୮ତମ ଆଡ଼ପ ଆସର ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ବରେ ଆୟୋଜିତ ହୋଇଯାଇଛି। ଏହି ଆଡ଼ପ ଆସରରେ ଭଗବାନ ଜୟସିଂହ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଡକ୍ଟର ପ୍ରମୋଦ ଆଚାର୍ଯ୍ୟ, ସମ୍ମାନନୀୟ ଅତିଥି ଭାବରେ ଡକ୍ଟର ହେମନ୍ତ କୁମାର ଛୋଟରାୟ, ପ୍ରଭାତ ଚନ୍ଦ୍ର ରଥ, ଡକ୍ଟର ଅଦେଇତ ଚରଣ ଧଳ, ସଦାଶିବ ମିଶ୍ର ଯୋଗଦେଇ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ସେମାନେ ମତବ୍ୟକ୍ତ କରିଥିଲେ ଯେ କବି ନିଜପାଇଁ ବଞ୍ଚେ ନାହିଁ। କବି କେବେ ମିଳେନାହିଁ। ପ୍ରଥମ ଆସରରେ ସଂପାଦକ ବୀରେନ୍ଦ୍ର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ। ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।ପରେପରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ଏବଂ ସର୍ବାଣୀ ଦାସଙ୍କ ସଂଯୋଜନାରେ ଚନ୍ଦ୍ରଶେଖର ମହାରାଣା, ସଦାଶିବ ମିଶ୍ର, ଉମାକାନ୍ତ ମହାପାତ୍ର, ପ୍ରତିଭା ଦାଶ, ପ୍ରଭାସିନୀ ମିଶ୍ର, ଡକ୍ଟର ସସ୍ମିତା ମିଶ୍ର, ସୁବାସିନୀ ଧଳ, ଚନ୍ଦ୍ରମଣି ଦାସ, ଅନ୍ନପୂର୍ଣ୍ଣା ଦେବୀ, ମିନତି ମିଶ୍ର, ମିନତି ପଟ୍ଟନାୟକ, ଡକ୍ଟର ପ୍ରତିମରାଣୀ ମିଶ୍ର ଷଡ଼ଙ୍ଗୀ, ବ୍ୟଙ୍ଗକବି ସଂପଦ ରଥ, ଅର୍ଜୁନ ପରମଗୁରୁ, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ସୁରେଶ ପଟ୍ଟନାୟକ, କାହ୍ନୁଚରଣ ପ୍ରଧାନ, ତ୍ରିଲୋଚନ ବିଶ୍ୱ।ଳ, ହୃଦାନନ୍ଦ ଶାସମଲ, ଯୋଗେଶ୍ଵର ପ୍ରହରାଜ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ କବିତା ପାଠ କରିଥିଲେ।
