କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ

କଣିହାଁ ବ୍ଲକ ବିଜେଡିର ସାଙ୍ଗଠନିକ ବୈଠକ

କଣିହାଁ:୦୧/୦୭ ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ର କଣିହାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ଆୟୋଜିତ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମରେ ୨୭ଟି ପଞ୍ଚାୟତର ସଭାପତି ମାନଙ୍କୁ ନେଇ ଆଜି ସମଲ ଡ଼ାକବଙ୍ଗଳା ଠାରେ ଏକ ସଭା ଆୟୋଜନ ହୋଇଥିଲା। ଏହି ଆୟୋଜିତ ସଭାରେ ସଭାପତି ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଭାବରେ ପୂର୍ବତନ ବିଧାୟକ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମାନ ମୁକେଶ କୁମାର ପାଳ, କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷ ଜୟନ୍ତୀ ପ୍ରଧାନ, ସୁନିଲ ପ୍ରଧାନ, ଜିତେନ୍ଦ୍ର ସାହୁ, ସୁବାଷ ମହାନ୍ତି, ବରିଷ୍ଟ ବିଜେଡି ନେତା ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ହିମାଚଳ ପଣ୍ଡା, କରୁଣା କର ପ୍ରଧାନପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ବିଜୁଜନତା ଦଳ କଣିହାଁ ବ୍ଲକ ତୃଣ ମୂଳ ସ୍ତରରୁ ସଂଗଠନ ମଜବୁତ ହେବ ତାହା ଉପରେ ଗୁରୁତ୍ଵ ନେଇ ମତ ରଖିଥିଲେ । ତତ୍ ସହିତ କଣିହାଁ ବ୍ଲକ ବିଜୁ ଜନତା ଦଳର ୨୭ଟି ପଞ୍ଚାୟତ ର ସଭାପତି ମାନଙ୍କୁ ଏକ ସମ୍ନନୟ ରଖି କାର୍ଯ୍ୟକର୍ତ୍ତା ମାନକୁ ସଂଗଠନ କିପରି ୱାର୍ଡ ସ୍ତରରୁ ମଜବୁତ ହେବ, ଭାଜପା ଡବଲ ଇଞ୍ଜିନ ସରକାର ର ଏକ ବର୍ଷ ମଧ୍ୟରେ ବିଫଳତା କୁ କିପରି ଭାବରେ ୱାର୍ଡ ସ୍ତରରେ ପହଞ୍ଚିବ ସେ ବିଷୟରେ ଗୁରୁମନ୍ତ୍ର କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତା ୦୬ ତାରିଖ ରବିବାର ଦିନ ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଉଦଘାଟନ ହେବ ଏଣୁ ସମସ୍ତ ବିଜୁ ଜନତା ଦଳର ସଭାପତି, ସରପଞ୍ଚ, ସମିତି ସଭ୍ୟ ଜିଲ୍ଲାପରିଷଦ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଯୁବ, ଛାତ୍ର, ମହିଳା,ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଥିଲା।ବିଭିନ୍ନ ପଞ୍ଚାୟତ ର ସଭାପତି ଓ ସଂପାଦକ , ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ସାହୁ, ଗିରିଶ ସାହୁ ଶିବ ପ୍ରସାଦ ବେହେରା, ଅବନୀ କାନ୍ତ ଦେହୁରୀ, ସତ୍ୟାନନ୍ଦ ଗଡ଼ନାୟକ, ଭବେଶ ପ୍ରଧାନ, ସୌଭାଗ୍ୟ ପ୍ରଧାନ, ତପନ ବେହେରା ପୁରୋଷୋତ୍ତମ୍ ସାହୁ, ଦେବରାଜ ପ୍ରଧାନ,ଜୟନ୍ତ ପ୍ରଧାନ, ମହର୍ଗା ସ୍ୱାଇଁ, ପ୍ରଜ୍ଞାବୀର ସାମଲ, ପ୍ରତାପ ବେହେରା, ଦେବାଶିଷ ମହାନ୍ତି, ମଣ୍ଟୁ ମହାନ୍ତି, ଗଗନ ରାଉତ ମହେଶ୍ୱର୍ ସାମଲ, ପ୍ରଦୀପ ସାମଲ, ପ୍ରମୁଖ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ। ଶେଷରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଧନ୍ୟବାଦ ଦେଇ ଥିଲେ।

Leave a Reply

Your email address will not be published. Required fields are marked *