ଲଘୁଚାପ ବର୍ଷା
ନେତା ଆସୁଛଡି ଯାଉଛନ୍ତି । ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଜାରି କରୁଛନ୍ତି। ଦୀର୍ଘବର୍ଷ ଧରି ଭଦ୍ରକ ସହରର ଜଳାର୍ଣ୍ଣବ ପରିସ୍ଥିତି ସୁଧୁରୁ ନାହିଁ । ସବୁ ଗଳିକନ୍ଦିରେ ବର୍ଷାଜଳ ଲହଡି ଭାଙ୍ଗୁଛି । ସହରର ତଳି ଅଞ୍ଚଳରେ କାହା ଘର ଦୁଆର ମୁହଁରେ ପାଣି ତ କାହା ଘର ଭିତରକୁ ପାଣି ପଶିଗଲାଣି । ଗତ ଦୁଇଦିନର ଲଘୁଚାପ ଜନିତ ବର୍ଷା ଫଳରେ ସହରରେ ଏଭଳି ବେହାଇ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଋତୁ ପୂର୍ବରୁ ସହର ଓ ଜାତୀୟ ରାଜପଥ ପାର୍ଶ୍ଵ ସଡ଼କପଥର ଦଳ ସଫା ନହେବା ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ପଞ୍ଚାୟତ ବାସୀ ସମସ୍ୟାରେ ଜର୍ଜରିତ। ଏହି ଦୁର୍ଦ୍ଦଶା ଲାଘବ ପାଇଁ ନେତା, ମନ୍ତ୍ରୀ, ପ୍ରାଶାସନିକ ଅଧିକାରୀଙ୍କର ଆଦୌ ଆନ୍ତରିକତା ନାହିଁ । ସହରର ଜଳ ନିଷ୍କାସନ ସକାଶେ ବର୍ଷାଋତୁ ପୂର୍ବରୁ ପାରମ୍ପରିକ ଢଙ୍ଗରେ ପ୍ରତିବର୍ଷ ସ୍ଥାନୀୟ ନେତା ଇଂଜିନିୟରିଂ ବିଭାଗକୁ ନେଇ ବୈଠକ କରୁଛି । କିନ୍ତୁ କାର୍ଯ୍ୟ ଶୂନ୍ୟ,ଆଜି ଦେଖି ବାକୁ ମିଳିଛି ଭଦ୍ରକ ଖଣ୍ଡତଡା ପଞ୍ଚାୟତ ର ୫ ୱାର୍ଡ ର ଏକ ଶହ ଘର ପାଣି ଘେରରେ
