ବନବିଭାଗ ପକ୍ଷରୁ ଖୋଲିଲା ଚାରାବିକ୍ରୟ କେନ୍ଦ୍ର।
Place- ସୋରଡ଼ା ବର୍ଷା ଦିନର ଆଗମନ ସାଙ୍ଗକୁ ଅଦିନିଆ ବର୍ଷା କୁ ଆଖିଆଗରେ ରଖି ବଡଗଡ ବନବିଭାଗ ପକ୍ଷରୁ ଖାରୀଗୁଡ଼ା ଠାରେ ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଜଙ୍ଗଳ କାଫେ ରେ ଏକ ଅସ୍ଥାୟୀ ଚାରା ବିକ୍ରୟ କେନ୍ଦ୍ର କରାଯାଇଛି ।ଏହି ଚାରା ବିକ୍ରୟ କେନ୍ଦ୍ର ର ଉଦ୍ଘାଟନ ସୋରଡ଼ା ଏନଏସି ଅଧକ୍ଷ ଶିବଶଙ୍କର ପଣ୍ଡା କରିଥିବା ବେଳେ ଏଠାରେ ବିଭିନ୍ନ ପ୍ରକାର ର ଗଛ ରହିଥିବା ଦେଖିବାକୁ ମିଳିଛି ଗୋଟିଏ ଗଛ ର ମୂଲ୍ୟ ମାତ୍ର ଟଙ୍କାଟିଏ ରହିଛି । ବନ ସପ୍ତାହ ଚାଲିବା ଯାଏ ଚାରା ବିକ୍ରି କରାଯିବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ।ତେବେ ଏହି ଚାରା ବିକ୍ରୀ କରିବା ପାଇଁ ଏସଏଜି ମହିଳା ମାନଙ୍କୁ ଦାୟିତ୍ଵ ଦେଇଛି ବନ ବିଭାଗ।
